ଆଃ ବିଚରା ଶୀତ
ଆଃ ବିଚରା ଶୀତ
1 min
8.8K
ଆଃ ବିଚରା ଶୀତ
"""""""""""""""""""""""""
ପୂର୍ଣ୍ଣମୀ ର
ଫିକ୍ ଫିକ୍ ହସ
ଅମାବାସ୍ୟା ର
ଗୁମ୍ ସୁମ୍ ପଣ
ଶେଫାଳୀ ର
ମିଟ୍ ମିଟ୍ ଆଖି
ଝିଂକାରୀ ର
ଝିଂ ଝିଂ ସ୍ୱର ରେ
ଶୀତ ଖୋଜୁଛି
ତା'ର ପ୍ରିୟ ମଣିଷ କୁ ,,,,,,,
ସଂଧ୍ୟା ରୁ ପାହାନ୍ତି ଯାଏଁ
ଦିଗ ରୁ ଦିଗନ୍ତ ଯାଏଁ
ଫର୍ଦେ କାଗଜ ରୁ ଗ୍ରନ୍ଥ ଯାଏଁ
ସ୍ପନ୍ଦନ ରୁ ଗର୍ଜନ ଯାଏଁ
ଖୋଜୁଛି ତାର
ଫୁଙ୍ଗୁଳା
ଦରଦୀ ସ୍ପର୍ଶ ଟିକକୁ
ଚିକିଟା ଦେହର
ତତଲା ପଣକୁ,,,,,,
ଯିଏ ତା କାନ୍ଧ ରେ
ହାତ ପକାଇ
ଟେଳାଏ ଦୋକ୍ତା
ମାଢିରେ ଜାକି
ଭରା ଭରା ସର୍ଦ୍ଦି କଣ୍ଠରେ
ରୁଣ୍ଡେଇ ଦିଏ
ଗୁଡାଏ ଦରଛିଣ୍ଡା ଗୀତ
ପୁଣି
ଦୁଇ ହାତ ଘଷି ଘଷି
ବଢାଇ ଦିଏ
ତା ଦେହର ସବୁ ଉଷୁମ ପଣ,
ସବୁଠି
ନାଁ ନାହିଁ ର ମିଠା ବଳୟ
ଶେଷରେ
ଗର୍ଭିଣୀ ଗହମ କ୍ଷେତ ପାଖେ
ହୁକେ ହୋ,,,,ହୁକେ ହୋ,,,
ବିଲୁଆ ଗୀତ ରେ
ତା ପ୍ରିୟ ମଣିଷ ର
ଭୁରୁ ଭୁରୁ ଗନ୍ଧ ବାଜେ
ତା ଦେହରେ,,,,
ସେଇଠି
କାଂଗାଳ ମାଟି ଉପରେ
ସତକୁ ସତ ପଡିଥିବା
ତା ପ୍ରିୟ ମଣିଷ ର
ସଢା ରକ୍ତ ମାଂସ ମଖା
କାନ୍ଧ ହାଡ ଦେଖି
ସେ ସବୁ ଜାଣି ପାରେ,,,,,।।
