STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ଆହ୍ୱାନ

ଆହ୍ୱାନ

1 min
291

  

      


ପୁଣ୍ୟଭୂମି ଏଇ ଭାରତ ମା'ର

କୋଳ କରି ପରିପୂର୍ଣ୍ଣ,

ଜାତ ହୋଇଥିଲେ ପୁଣ୍ୟପୁରୁଷ

ସ୍ବାମୀଜୀ ବିବେକାନନ୍ଦ ।


ବୁଦ୍ଧଦେବ ସମ ସତ୍ୟ ସନ୍ଧାନୀ ,

ଆଧ୍ୟାତ୍ମିକତାରେ ବ୍ରତୀ

ଗୁରୁ ରାମକୃଷ୍ଣ ଆଦର୍ଶ ଗ୍ରହଣେ

ପ୍ରାପ୍ତ ଦିବ୍ୟ ଅନୁଭୂତି ।


ସେ ମହାମନିଷୀ ବିବେକାନନ୍ଦ

ସଦଗୁରୁ ଚରଣାଶ୍ରିତ

ପ୍ରଚାର କରିଲେ ପାଶ୍ଚାତ୍ୟ ଦେଶେ

ହିନ୍ଦୁ ଧର୍ମ ସାରସ୍ୱତ।


ହିନ୍ଦୁ ଧର୍ମ ଅଟେ ଜନନୀ ସ୍ୱରୁପା

ସର୍ବ ଧର୍ମେ ଗରିୟସୀ

ପ୍ରଚାର କରିଲେ ବିଶ୍ୱ ଦରବାରେ

ଭାରତ ଗୌରବ ରାଶି ।


ପ୍ରଚଣ୍ଡ ପ୍ରତିଭା, ମହନୀୟ ସତ୍ତା

ମହୀରେ ପ୍ରକାଶି ଥିଲେ ।

ସ୍ୱଳ୍ପ ସମୟର ଜୀବନ ମଧ୍ୟରେ

ଉଜ୍ଜ୍ୱଳ ଜ୍ୟୋତିଷ୍କ ତୁଲେ।


ହେ ମନୁସନ୍ତାନ ତୁମେ ମହିୟାନ 

ଧରା ବକ୍ଷେ ଅବତରି

ଆହ୍ୱାନ ଦେଲ ଯୁବ ସମାଜ କୁ

ବେଦ, ବେଦାନ୍ତ ପ୍ରଚାରି ।


"ହେ ଯୁବ ସମାଜ ଜାଗ ଏବେ ଜାଗ  

ଆର୍ଯ୍ୟାଵର୍ତ୍ତ ଧନଞ୍ଜୟ ।

ସତ୍ୟ, ଧର୍ମ ,ନ୍ୟାୟ, ନୈତିକଶିକ୍ଷା

ହେଉ ଜୀବନର ଲୟ।"


ଆଧ୍ୟାତ୍ମିକତା ଦୂର କରିଥାଏ

ଦୁନିଆଁର ଆବିଳତା ,

ବେଦ ବେଦାନ୍ତ ଦେଖାଏ ଯେ ପଥ

ହୃଦେ ଭରେ ପବିତ୍ରତା ।


ମନୁଷ୍ୟର ସର୍ବ ଶକ୍ତି ର ଆଧାର

ଶାସ୍ତ୍ର ସମ୍ମତ ବାଣୀ

ଉନ୍ମୁକ୍ତ କରେ ଶାନ୍ତି ର ପଥ

ଆତ୍ମା ପବିତ୍ର ଜାଣି।


ଦୁର୍ବଳତା ସବୁ ତ୍ୟାଗ କରିଦିଅ

ଶକ୍ତି ପ୍ରାପ୍ତ ହେବାପାଇଁ 

ସମ୍ଭାବନା ମୟ ସୌର୍ଯ୍ୟ ତୁମର

ପ୍ରକାଶ ହୋଇବ ଯାଇଁ।


ସୁପ୍ତ ତୁମର ଆତ୍ମାକୁ ଜଗାଅ

ଜାଗୁ ଅନ୍ତର ଦୃଷ୍ଟି।

ହୃଦୟେ ତୁମର ଆକାଂକ୍ଷା ଭରୁ

ଇଶ୍ୱର ଦର୍ଶନାଭିଳାଷି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍