STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

ଆଗପଛ ର ଦୌଡ଼

ଆଗପଛ ର ଦୌଡ଼

1 min
11.5K

ମୁଁ ଆଉ କେତେବେଳେ 

ମୋର ହେଲି ଯେ

ବେଳ ଉଛୁର ହେଉ ହେଉ ନିଜକୁ ନିଜେ 

ପଚାରୁଥିଲି

ମୁଁ ଏମିତି କିଏ ଯେ 

ନିଜ କୁ ନିଜ ପାଖେ ଏଯାବତ ସମର୍ପି ପାରି ନାହିଁ 

ବହୁବାର ଅଭ୍ୟାସ କରିଛି 

ପୂର୍ବାପର ପ୍ରସଙ୍ଗ ସହ ସରଳାର୍ଥ 

ଲେଖିବାର ଧାରା କୁ କଣ୍ଠସ୍ଥ କରୁ କରୁ 

କେଉଁ ଚଟକ ରେ କେଜାଣି 

ଲେଖାଥିବା ଟିପା ଖାତା ହିଁ ଚୋରୀ ହେଇଯାଏ 

ଘୋଷିଥିବା ସରଳ ପାଠ ସବୁ ଜଟିଳ ହୁଏ 

ଜୀବନ ହସ୍ତାକ୍ଷର ଖାତା ର ଗୋଲ ଗୋଲ ଅକ୍ଷର 

ସବୁ ହଟାତ ଚେପଟା ଚେପଟା 

ହେଇ ମୋତେ ହିଁ ଖତେଇ ହେଇ 

ମୋତେ ପଚାରୁ ଥାନ୍ତି 

ମୁଁ ଆଉ ମୋ ଠିକଣା ବାବଦର ତମାମ ତଥ୍ୟ.. 


ଶରୀର ଆଉ ମନ ଯଦିଓ ଦଣ୍ଡମୁକ୍ତ ନୁହନ୍ତି 

ତଥାପି ଦଣ୍ଡ ରୁ ବର୍ତ୍ତିବାର ଯାବତୀୟ ପ୍ରୟାସ 

କରୁଥାଏ ମୋ ଭିତର ମୁଁ "ଟି 

ଆଉ ମନେ ମନେ ପୁରୁଣା ପାଠ କୁ ରଟୁ ଥାଏ 

ଏଇ ଯେମିତି  

ଆଖି ମୋର 

ଅଥଚ ଲୁହ ଭାଗ୍ୟର  

ହୃଦୟ ମୋର 

କିନ୍ତୁ ଧଡକୁ ଥାଏ 

ଆଉ କାହା ଉପସ୍ଥିତି ରେ  

ମନ ସାମ୍ରାଜ୍ୟ ମୋର 

କିନ୍ତୁ ଅଧିପତି 

କେହି ଜଣେ  

ଯେ କେବଳ ନାମ ଫଳକ ରେ 

କାର୍ଯ୍ୟ ମୋର 

ଫଳ ନିୟତି ର  

କଥା ମୋର 

ଚରିତ୍ର କିନ୍ତୁ ଆଉ କାହା କାହାଣୀର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍