(ଆଦ୍ୟାଶକ୍ତି)
(ଆଦ୍ୟାଶକ୍ତି)


ଭିଜା ଭିଜା ମାଟି ଗନ୍ଧ ଚତୁର୍ଦ୍ଦିଗେ ବିଛୁରିତ
ଶୁଭ୍ରକାନ୍ତି କାଶତଣ୍ଡୀ ଢାଙ୍କିଦିଏ
ଧରଣୀର ଅଙ୍ଗ,
ନିର୍ମଳ ନଦୀ ଜଳ ଧାବମାନ କଳକଳ
ପଦଧୌତ କରୁଅଛି ସହଜାତ ପବୃତ୍ତି ପ୍ରକାଶେ ।
ଆବାହନୀ ସଙ୍ଗୀତ ସହିତ
ଗଙ୍ଗଶିଉଳୀର ଝରାଫୁଲ ହସେ ।
ମହମହ ବାସ୍ନା ଭରା ବସୁନ୍ଧରା
ସଜହୋଇ ସୃଷ୍ଟିକରେ ସୃଜନର ସ୍ୱର
ସରଗୁ ଓହ୍ଲାଇ ମାଆ ଆସିବେ ମରତେ
ମିଳିଲାଣି ପୂର୍ଣ୍ଣ ପ୍ରତିଶ୍ରୁତି,
ମାଆ ଗୋ ମାଆ ଆଦ୍ୟାଶକ୍ତି
ମହାଶକ୍ତି ପରମା ପ୍ରକୃତି ।
ନାଶକରି ମହାଅରି ଭରିଦିଅ
ତେଜୋଦୀପ୍ତ ସର୍ଵ କ୍ରିୟାଶକ୍ତି ।
ଏ ଧରା ଧାମକୁ ଅବତରି ଆସ
ଦୁସ୍ଥ ଜନଙ୍କ ଦୁର୍ଗତି ନାଶ
ମାଗୋ ଦେବହୂତା ମହାମାୟା ,
ଅମୃତ ପରଶେ ହୋଇଉଠୁ ଧରା
ଦିବ୍ୟ ଚେତନା ଯୁକ୍ତ ।
ମୋହ ଫାଶ ହୋଇଯାଉ ମୁକ୍ତ।