STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଆଦର୍ଶ ପରିବାର

ଆଦର୍ଶ ପରିବାର

1 min
205


ଯେଉଁ ପରିବାର କର୍ତ୍ତବ୍ୟେ ଜଡ଼ିତ

କାର୍ଯ୍ୟ କରୁ ଥିବ ନିତି,

ହେବ ହିଁ ଆଦର୍ଶ ସେହୁ ହିଁ ସମାଜେ

ଆଦର ମିଳିବ ନିତି।୧।


ନ ଥିବ ଦୁର୍ଗୁଣ ପରିବାର ମଧ୍ୟେ

ଶିକ୍ଷିତ ଥିବେ ହିଁ ସର୍ବେ,

ନିଶା ଦ୍ରବ୍ୟ ନାହିଁ ପରିବାର ମଧ୍ୟେ

ଆଦର କରିବେ ସର୍ବେ।୨।


ଜନସେବା ପ୍ରତି ଥିବ ମନପ୍ରାଣ 

ରାଷ୍ଟ୍ର ହିତେ ଥିବ ମନ,

ପର ଉପକାରେ ପ୍ରାଣ ସମର୍ପଣ

ଧର୍ମପଥେ ଥିବ ମନ।୩।


ଏକତ୍ରିତ ମନ୍ତ୍ର ଜନେ ଦେଉ ଥିବ

ସତ୍ୟ ମନ୍ତ୍ର ହସ୍ତେ ଧରି,

ଜ୍ଞାନ ବିଜ୍ଞାନର ଶିକ୍ଷା ଦେଉ ଥିବ

ହସ୍ତେ ଜନ ହିତ ଧରି।୪।


କଟୁତା ବଚନ ନ ଥିବ ମୁଖରେ

ଥିବ ମୁଖେ ମୃଦୁଭାଷ, 

ପରର ଦୁଃଖରେ ଦୁଃଖୀ ହେଉ ଥିବ

ଜନ ସାହାଯ୍ୟରେ ଆଶ।୫।


ପବିତ୍ର ଗୃହକୁ ଲକ୍ଷ୍ମୀ ଆଗମନ

ପ୍ରଭୁ ଭକ୍ତି ଦିନରାତି,

ଜଗନ୍ନାଥ ରାବ ଗୃହେ ଶୁଭୁ ଥିବ

ଧର୍ମ କାର୍ଯ୍ୟ ନିତିନିତି।୬।


ଏକ ମନ ପ୍ରାଣେ କାଟୁ ଥିବ ଦିନ

ନାହିଁ ପର ହିଂସା ତହିଁ,

ସବୁ କାର୍ଯ୍ୟ ତହିଁ ପୁରୁଣ ହୋଇବ

ଭକ୍ତି ଜଗନ୍ନାଥ ତହିଁ।୭।


ରାଷ୍ଟ୍ର କାର୍ଯ୍ୟେ କରେ ଜୀବନ ଅର୍ପଣ

କରେ ଜନସେବା ଶ୍ରେଷ୍ଠ,

ପରିବାର ଏହୁ ଆଦର୍ଶ ହୁଅଇ

କରେ ଧର୍ମ କାର୍ଯ୍ୟ ଶ୍ରେଷ୍ଠ।୮।


ଜଗନ୍ନାଥ ଦୟା ତାପରେ ପଡେଟି

କରେ ସବୁ କାର୍ଯ୍ୟ ପୂର୍ଣ୍ଣ,

ଜୀବନ କର୍ତ୍ତବ୍ୟ କରେଟି ପୂରଣ

ପରିବାର ଭକ୍ତିପୂର୍ଣ୍ଣ।୯।


ଯେଉଁ ପରିବାର କର୍ତ୍ତବ୍ୟେ ଜଡ଼ିତ

କାର୍ଯ୍ୟ କରୁ ଥିବ ନିତି,

ହେବ ହିଁ ଆଦର୍ଶ ସେହୁ ହିଁ ସମାଜେ

ଆଦର ମିଳିବ ନିତି।୧୦।



Rate this content
Log in