STORYMIRROR

Mamata kumari Behura

Others

3  

Mamata kumari Behura

Others

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
186

ଈଶ୍ବର ସୃଷ୍ଟିରେ ମଣିଷ ଜୀବନ

ସବୁଠାରୁ ମୂଲ୍ୟବାନ  

ଜୀବନ ମଧ୍ୟରେ ପୂଣ୍ୟ କାମ କଲେ

ମିଳେ ଆଦର୍ଶ ଜୀବନ। 


ସତ୍ୟ ଶାନ୍ତି ଦୟା କ୍ଷମା ସହ ସ୍ନେହ

ପ୍ରେମ ଭକ୍ତି ଭାବ ରଖି  

ପରୋପକାର ଓ ସେବା ଧର୍ମ ଥିଲେ

ଜୀବନରେ ମିଳେ ଶାନ୍ତି।


ପର ଦୁଃଖ ଦେଖି କାନ୍ଦେ ଯେଉଁ ନର

ସୁଖରେ ଅଧିର ନୁହେଁ  

ମଧୁର ବଚନ କହି ଜନମନ

ଚୋଷିବାକୁ ଯିଏ ଚାହେଁ। 


ଗୁରୁ ଦୁରୁଜନ ଉପଦେଶ ମାନି

କର୍ମ କରିଥାଏ ଯିଏ  

ଜୀବନ ପଥରେ କେବେ ହେଲେ ହାରି

ଯାଇ ନଥାଏଚ ସିଏ। 


ଆଧ୍ୟାତ୍ମିକତା ଓ ଧର୍ମ ଗୁଣ ସବୁ

ଯାହା ଠାରେ ରହି ଥାଏ 

 ଆଦର୍ଶ ଜୀବନ ସେହି ନର ପରା

ଜୀବନରେ ପାଇଥାଏ।


ଗୁଣ ମହକାଇ ସଭିଙ୍କର ହୋଇ

ଥାଏ ଅତି ଆପଣାର 

 ତାହାରି ସୁଗୁଣ ସମାଜରେ ସଦା

ହୋଇ ଥାଏ ଯେ ପ୍ରଚାର। 


ଦେଶ ହିତ ପାଇଁ କାମ କରି ଯିଏ

ହୋଇ ଥାଏ ଟିକେ ଖୁସି  

ପର ହିତ ପାଇଁ ଜୀବନ ଦିଏ ସେ

ଆନନ୍ଦ ରେ ହସି ହସି।


ଆଦର୍ଶ ଜୀବନ ବିତାଇ ଜୀବନେ

ବିଭୁ କୃପା ଲଭିଥାଏ  

ମାନବ ସେବା ହିଁ ମାଧବର ସେବା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍