STORYMIRROR

Mrunmayee Behera

Others

3  

Mrunmayee Behera

Others

ଆଦର୍ଶ ଜୀବନ

ଆଦର୍ଶ ଜୀବନ

1 min
154

ନବଧାଭକ୍ତିର ରସେ ରସି ମନ

ଭକ୍ତିରସ କରେ ପାନ  

ନିତ୍ୟ ରାହାସର ଗନ୍ତବ୍ୟ ସ୍ଥଳ ଯେ

ହୃଦ ହିଁ ପ୍ରଭୁ ଆସ୍ଥାନ ।।


ଭାବ ବହ୍ନି ଜାଳି ହୃଦୟ ପ୍ରଦେଶେ

ମୁଖେ ଗାଇ ହରିନାମ 

ବାହ୍ୟ ଆକର୍ଷଣେ ଚକ୍ଷୁ ଫେଡି ଦେଖ

ଅନ୍ତରେ ଶ୍ରୀ ଘନଶ୍ୟାମ ।।


ଜୀବନର ଅନ୍ତେ ଅନନ୍ତର କୃପା

କୃପା କଟାକ୍ଷ ହିଁ ସାହା 

ଏ ଭବ ସାଗରେ ଭାବରେ ଅଭାବେ

ସାଥି ହୁଏ ଦୁଃଖ ଛାୟା ।।


ନାମୀ ଠାରୁ ବଡ଼ ନାମର ମହିମା

ଜନ୍ମ ମୃତ୍ୟୁ ଚକ୍ରୁ ମୁକ୍ତ 

ଚକ୍ରଧର ପଦେ ସମର୍ପି ସର୍ବସ୍ଵ

ହୁଅ ହରି ପ୍ରେମାସକ୍ତ ।।


ମୁକ୍ତି ରଥେ ବସି ମୁକ୍ତ ପକ୍ଷୀ ସମ

ଯାତ୍ରା କରି ମୁକ୍ତି ପଥେ  

ମୁକ୍ତହେବ ସବୁ ମିଥ୍ୟା ମୋହମାୟା

ଲୀନ ହେବୁ ବ୍ରହ୍ମ ସାଥେ ।।


ଆଦର୍ଶ ଜୀବନ ପ୍ରଭୁ ଚରଣରେ

ଲାଗିବ ଯଦି ଏ ମନ

ନିରନ୍ତର ଚାଖି ଶ୍ରୀ ନାମର ରସ

କର ଜଗତ କଲ୍ୟାଣ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍