STORYMIRROR

Niranjan Sahu

Others

2  

Niranjan Sahu

Others

ଆଦିବାସୀ

ଆଦିବାସୀ

1 min
13.9K


ଆଦିବାସୀ ଆମେ ଆଦିବାସୀ

କୋରାପୁଟ ଜିଲ୍ଲା ର ଆଦିବାସୀ

ବଣ ଜଙ୍ଗଲ ଓ ଡଙ୍ଗର ବେଢାର

ଅଧିବାସୀ ଆମେ ଅଧିବାସୀ,,,,,

ମାଦଳ ର ତାଳେ ନାଚୁଥାଉ।

ସଲଫ ନିଶାରେ ଝୁମୁଥାଉ

ସରଳ ଜୀବନ କାଟୁଥାଉ

ବଣ ଜଙ୍ଗଲରେ ରହୁଥାଉ

ଜଙ୍ଗଲକୁ ମାଆ ଭାବୁଥାଉ

ମାଣ୍ଡିଆ ପେଜ ପେଟେ ପିଇଦେଇ

ଜଙ୍ଗଲ ପିଠିରେ ଖେଳୁଥାଉ,,,,,,

ଲୋଭ ନାହିଁ କିଛି ଆମ ମନେ

ହସି ଖେଳି କାଟୁ ସାରା ଦିନେ

ଡଙ୍ଗର ବେଢାରେ ପରିଶ୍ରମ କରି,,

ସନ୍ଧ୍ୟାରେ ନାଚୁଛୁ ସବୁ ଦିନେ,,,,,,

ଝାଟି ମାଟି ବେଢା ଆମ ଘର

ରଙ୍ଗମାଟି ଲିପା କି ସୁନ୍ଦର

ଗାଈ ଗୋରୁ ଛେଳି କୁକୁଡ଼ାକୁ ନେଇ

ଖୁସିରେ ରହୁଛୁ ନିରନ୍ତର,,,,,

କୋରାପୁଟ ଜିଲ୍ଲା ଆମ ଘର

ତା ଜଙ୍ଗଲ ଅତି ମନୋହର

ସେ ତ ଆମପାଇଁ ସ୍ଵର୍ଗପୁର

ତା ଝରଣା ପାଣି ପେଟ ପିଇଦେଲେ

ଖୁସିର ନାହିଁ ପଟାନ୍ତର,,,,,,

ଆଦିବାସୀ ଆମେ ଆଦିବାସୀ

କୋରାପୁଟ ଜିଲ୍ଲାର ଅଧିବାସୀ

ଯେଉଁଠି ରହିଛୁ ଯେମିତି ରହିଛୁ

ସେଥିରେ ଆମେ ମହା ଖୁସି,,,

ଆଦିବାସୀ ଆମେ ଆଦିବାସୀ

କୋରାପୁଟ ଜିଲ୍ଲାର ଅଧିବାସୀ,,,

    ନିରଞ୍ଜନ ସାହୁ


Rate this content
Log in