ଆଧୁନିକତାର ସ୍ପର୍ଶ
ଆଧୁନିକତାର ସ୍ପର୍ଶ

1 min

133
ପ୍ରଗତି ପଥରେ ପଥିକ ସମାଜ
ବଦଳି ଯାଉଛି ଯୁଗ,
ଆଧୁନିକତାର ପରଶରେ ସର୍ବେ
ଜୀବନ କରୁଛୁ ଭୋଗ ।
ଘରେ ବସି ଜନ ପାପୁଲିରେ ଦେଖେ
ବିଶ୍ଵ ବ୍ରହ୍ମାଣ୍ଡର କଥା,
ଲୋଡେ ନାହିଁ ଡାକ ଖବରକାଗଜ
ନିମିଷକେ ମିଳେ ବାର୍ତ୍ତା ।
ଶ୍ରେଣୀ ଗୄହ ଆଜି ଭ୍ରାମ୍ୟମାଣ ଯନ୍ତ୍ରେ
ଅନଲାଇନରେ ପାଠ,
ସ୍ଵଦେହେ ନଯାଇ କାହିଁ କେତେ ଦୂରୁ
ଭିଡିଓ କଲରେ ଭେଟ ।
ପୄଥିବୀ ଗ୍ରହରେ ରହି ଏ ମାନବ
ଦେଖେ ଅନ୍ୟ ଗ୍ରହ ସ୍ଵପ୍ନ,
ମହାକାଶ ଯାନ କରି ଉଦ୍ଭାବନ
ମଙ୍ଗଳେ ଖୋଜଇ ସ୍ଥାନ ।
କଳାର ସମ୍ବଳ ବିଜ୍ଞାନ କୌଶଳ
ଅଗ୍ରସର ନିରନ୍ତର,
ଅନ୍ଵେଷଣ ପଥେ ଧାବିତ ମାନବ
ଜିଜ୍ଞାସାର ତୀବ୍ର ସ୍ଵର ।