STORYMIRROR

Bunee Tripathy

Others

2  

Bunee Tripathy

Others

ଆଧୁନିକତା

ଆଧୁନିକତା

1 min
126

ଭୁଲିବାନି କେବେ ଆମ ପରମ୍ପରା

     ସଜାଡି ତାହାକୁ ରଖ

ଅତୀତ ସଂସ୍କୃତି ଆଜିବି ଜୀବିତ

     ଦେଉଥାଏ ଆମ୍ଭେ ସୁଖ।

ପକ୍ଷୀର ଶାବକ ବଡ ହୋଇ ଦିନେ

      ଖଣ୍ଡିଉଡା ଦେଉଥାଇ

ଯେଉଁଦିନ ସିଏ ଗରବ କରିବ

      ନିଜେ ନିଜେ ଧ୍ବଂସ ପାଇ।

ଉନ୍ନତି କରିବା ସହଜାତ ଅଟେ

       ଆଗକୁ ଯିବାତ ମାଡି

ଏକବିଂଶ ଆମ ଚେତାଇ ଦେଉଛି

       ଶୁକ୍ରକୁ ଯିବାତ ଉଡି।

ଆଧୁନିକ ମାନେ ନୁହେଁ ଉତ୍ସୃଙ୍ଖଳ

      ଶୃଙ୍ଖଳିତ ଜ୍ଞାନ ତୁମ

ବେଭିଚାର ନୁହେଁ ସଦାଚାର ଅଟେ

      ଜୀବନର ଲକ୍ଷ୍ଯ ଆମ।

କଳା କଉଶଳେ ଅବା ବିଜ୍ଞାନରେ

      ଆଧୁନିକ ଯନ୍ତ୍ରମାନ

ଖଞ୍ଜି ଦେଖାଇବା ଆଧୁନିକତାକୁ

      ନୁହେଁ ଆମେ କେବେ ସାନ।

ଆଧୁନିକତାକୁ କରିବା ସ୍ବାଗତ

      ପହଞ୍ଚିବୁ କେଉଁଠାରେ

ଆମ ଜନ୍ମଭୂମି ଆଗରେ ରହିବ

      ସଂକଳ୍ପ ଆମେ ନେବାରେ।

ଫୁଲଟିଏ ଫୁଟି ମହକ ତା ଭରି

      ଜଣାଏ ତା ପରିଚୟ

ଆମେ ସେହିପରି ବାସ ଚହଟାଇ

      ଦେବୁ ଆମ ପରିଚୟ।

ଆଧୁନିକ ସଙ୍ଗେ ରଖିବା ତ ବାଜି

       କଡା ଜବାବ ତ ଦେବା

ଚାକଚକ୍ଯରେ ତାର ଭୁଲି ଯିବାନାହିଁ

        ପାଦ କେବେ ବଢାଇବା।

ଦେଖିବ ସେଦିନ ଆମ ପରାକ୍ରମ

       ମଥାନତ ଖରିଦେବ

ଆମରି ଆଦେଶେ ଢାଳିବ ନିଜକୁ

       ନିମିଷକେ ହାରିଯିବ।

ଆଧୁନିକ ନୁହେଁ ମନ୍ଦ ମଦାଳସା

       ଘୃଣା କରିବିନି ତାକୁ

ଆଗ୍ରହର ସହ ପାଦ ମିଳାଇବା

       ବଢିବା ଆମେ ଆଗକୁ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍