STORYMIRROR

ସନାତନ ଦାସ

Others

3  

ସନାତନ ଦାସ

Others

ଆଧୁନିକତା

ଆଧୁନିକତା

1 min
197

ଏଇ କଣ୍ ଆଧୁନିକତା???

ସୋସିଆଲ ମିଡ଼ିଆରେ ମଦରସ ଡେ

ବାସ୍ତବ ଜୀବନରେ କେବେ ମା ମୁହଁ

ଚାହୁଁନଥିବା ସନ୍ତାନର ପ୍ରେମ..!!


ଏଇ କଣ୍ ଆଧୁନିକତା???

ରେଡ଼ିଓ ହଜି ଯାଏ ଫୋନ ର ଆଗମନ ରେ,

ପିଠା ହଜି ଯାଏ ପିଜା ଆଗରେ,

ସ୍ନେହ ହଜିଯାଏ ସ୍ବାର୍ଥ ଆଗରେ..!!


ଏଇ କଣ୍ ଆଧୁନିକତା???

ବାପା ବୋଉ ଜାଗାରେ ମମି ଡାଡିର

ଅପସଂସ୍କୃତିର ଡାକ,

ଚିରା ଫଟା ପିନ୍ଧି ଫ୍ୟାସନର ଦାବି,

ପଖାଳକୁ ପାଦରେ ଆଡେଇ 

ଫାଷ୍ଟଫୁଡର ଚାହିଦା???


ଏଇ କଣ୍ ଆଧୁନିକତା??

ମାନବିକତା ଆଗରେ ପଇସାର ମୂଲ୍ୟ

ହୁ ହୁ ହୋଇ ବଢ଼ି ଚାଲିବା,

ଭାଗବତ ଟୁଙ୍ଗି ଜାଗାରେ କ୍ଲବ୍ ଉଠିବା,

ଭଜନ ଜାଗାରେ ଅଶ୍ଳୀଳ ଗୀତ ବାଜିବା,

ଶେଷରେ ଧନୀ ହୋଇ ଗରିବକୁ ପଶୁ ପରି ବ୍ୟବହାର କରିବା,..!!


ଆଧୁନିକତା ନୁହେଁ, ଏହା ଏକ

ମୃତ୍ୟୁର ଉପତ୍ୟକାରେ ପାଦ ଥାପିଥିବା ଅପସଂସ୍କୃତିର ଚାରା...

ଯାହା କବଳିତ କରିଛି, 

ଏ ମାନବତାକୁ ତାର କ୍ରୂର ଯୋଜନାରେ,

ଅଣନିଃଶ୍ୱାସୀ କରିଦେଇ ସବୁଦିନ ପାଇଁ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍