ଆଧୁନିକତା
ଆଧୁନିକତା
1 min
122
ଆଧୁନିକତାର ପାହାଚ ଯିଏ ସ୍ପର୍ଶ କରିଛି
ନୂଆ ଏକ ଯୁଗ ଦେଖିଛି
ନିଜକୁ ନୂଆ କରି ଗଢିଛି ॥
ଆଧୁନିକତାର ରସକୁ ଯିଏ ପାନ କରିଛି
ଅତୀତକୁ ଭୁଲି ଯାଇଛି
ଆଗକୁ ଅଗ୍ରସର ହୋଇଛି ॥
ଆଧୁନିକତାର ଛାପ ଯା ଉପରେ ପଡ଼ିଛି
ପାଶ୍ଚାତ୍ୟର ମହୁ ଚାଖିଛି
ସ୍ଵଦେଶୀ ଜିନିଷ ଦୁରେଇଛି ॥
ଆଧୁନିକତାର ଲୋଭ ଯାହାକୁ ଗ୍ରାସ କରିଛି
ସ୍ଵାର୍ଥ କୁ ଆଗରେ ରଖିଛି
ପରର ଉପକାର କୁ ଭୁଲିଛି ॥
ଆଧୁନିକତାର ନଦୀରେ ଯିଏ ବୁଡି ଯାଇଛି
ମିଛର ଆଗରେ ନଇଁଛି
ସତ୍ୟକୁ ପଛରେ ଛାଡିଛି ॥
ଆଧୁନିକତାର ଦୋଳିରେ ଯିଏ ଝୁଲୁ ଅଛି
ପଇସା ଗଦିରେ ଶୋଉଛି
ଦାନ ବେଳେ ଆଖି ବୁଝୁଛି ॥
ଆଧୁନିକତାର ଚେହେରାକୁ ଯିଏ ଚିହ୍ନିଛି
ବିରୋଧୀ ମଣିଷ ସାଜିଛି
ଅଦରକାରୀ ପାଲଟି ଯାଇଛି ॥