Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Others

3.2  

Kanduri Charan Rout

Others

ଆଧୁନିକତା

ଆଧୁନିକତା

1 min
165



ସଂସ୍କୃତି ଚଳଣି ହଜିହଜିଯାଏ

ଆଧୁନିକତାର ଛୁଆଁରେ

ଯୁବ ଗୋଷ୍ଠୀ ସବୁ ବାଟ ବଣା ଏବେ

ପାଶ୍ଚାତ୍ୟ ସଭ୍ୟତା ଧୂଆଁରେ ।


ମାଆ ବାପା ଡାକ ମଉସା ମାଉସୀ

ପୁରୁଣାକାଳିଆ ହେଲାଣି

ମମି ଡାଡି ସଙ୍ଗେ ଅଙ୍କଲ ଓ ଆଣ୍ଟି

ସେମାନଙ୍କ ଜାଗା ନେଲାଣି ।


ଲେମ୍ବୁ ସରବତ ଗୋଳା ହେଉନାହିଁ

ମିଠା ହେଉ ଅବା ଲୁଣିଆ

ଥଣ୍ଡା ପାନୀୟ ତ ଦୋକାନୁ ଆସୁଛି

ଘରକୁ ଆସିଲେ କୁଣିଆ ।


ଭୂମିଷ୍ଠ ପ୍ରଣାମ, ଦଣ୍ଡବତ ଏବେ

ଧୀରେଧୀରେ ହଜି ଗଲାଣି

ସକାଳ ହେଉକି ସଞ୍ଜବେଳ ଗୁଡ୍

ମଣିଙ୍ଗ୍ ବାଇଆ କଲାଣି ।


ଘର ଜଳଖିଆ ପୁରୁଣାକାଳିଆ

ଫାଷ୍ଟ ଫୁଉଡୁରେ ସଉକି

ପ୍ଲାଷ୍ଟିକ୍ ଗଦିର ଆଦର ବଢିଛି

କାନ୍ଦୁଅଛି କାଠ ଚଉକି ।


ବାହା ହେଲା ଝିଅ ଶାଢୀ ନୁହେଁ,ଜିନ୍

ନାଇଟିରେ ମନ ବଳୁଚି

ଶଙ୍ଖା ସିନ୍ଦୂରକୁ ପିନ୍ଧୁନାହିଁ ବୋହୁ

ଟିକିଲିରେ କାମ ଚଳୁଚି ।


ବେଶପୋଷାକରେ ଚାଲିଚଳଣିରେ 

ଶାଳୀନତା ଯଦି ଭରିବ

ଯୁଗ ଉପଯୋଗୀ ହେବା ପାଇଁ ସତେ

ମନା କିଏ କାହିଁ କରିବ ।

 


Rate this content
Log in