ଆଧୁନିକତା
ଆଧୁନିକତା


ଅତିତ ସାଜିଚି ଇତିହାସ ଆଜି
ଆଧୁନିକତା ର ସ୍ପର୍ଷ ରେ।
ଅତ୍ୟାଧୁନିକ ଜ୍ଞାନକୌଶଳ
ଆଗେଇଚି ସାରା ବିଶ୍ୱରେ।।
ନାହିଁ ଆଉ ସେହି ପଖାଳ କଂସା
ନାହିଁ ସେ ଚାଳ ଛପର।
ଆଧୁନିକତା ର ସ୍ପର୍ଷ ରେ ଆଜି
ଗାଁ ବି ଲାଗେ ସହର।।
ଝିଅ ପିନ୍ଧୁ ନାହିଁ ଶାଢୀ କି ସାଲୱାର
ପିନ୍ଧେ ଆଜି ଏଠି ଜିନ୍ସି।
ଆଧୁନିକତା ର ସ୍ପର୍ଷ ରେ ସେ
ଅତ୍ୟାଧୁନିକ ହୋଇଛି।।
ସକାଳ ସନ୍ଧ୍ୟା ରେ ଶୁଭୁ ନାହିଁ ଆଉ
ମନ୍ଦିର ର ଶୁଭ ଘଣ୍ଟି।
ଆଧୁନିକତା ର ସ୍ପର୍ଷ ରେ ସବୁ
ସିନେମା ପାର୍କ ଯାଆନ୍ତି।।
ଚାଷ କାର୍ଯ୍ୟ ଆଉ ହେଉନାହିଁ ଏଠି
ପାରମ୍ପରିକ ଶୈଳୀରେ।
ଅତ୍ୟାଧୁନିକ ଜ୍ଞାନକୌଶଳ ରେ
ଆଗେଇ ଚି ଏଠି ଚାଷୀ ରେ।।
ଆଧୁନିକତା ର ନାଆଁ ରେ ଆମେ
ଭୁଲିଯାଏ ପରମ୍ପରା କୁ।
ସାରାବିଶ୍ୱ କୁ ବିନାଶ ଆଡକୁ
ଟାଣି ନିଏ ଆଜି ଏହି ରେ।।