STORYMIRROR

Shashanka sekhar Ray

Others

5.0  

Shashanka sekhar Ray

Others

ଆଧୁନିକ ପୁତ୍ରର ସଂଳାପ

ଆଧୁନିକ ପୁତ୍ରର ସଂଳାପ

1 min
224



ଶଶାଙ୍କ ଶେଖର ରାୟ


ବାପାଙ୍କ ପାଇଁ ହୋଇପାରିବିନି ରାମଚନ୍ଦ୍ର

ବାରବରଷ ବନବାସ ଯିବାପାଇଁ

ଆଜୀବନ କୁମାର ରହିପାରିବିନି ଦେବଦତ୍ତ ସାଜି

ବଂଶନାଶର ପ୍ରତିଶୋଧ ନିଆଁ ଗିଳି

କାନ୍ଥବୋଳା ଶୁଖିଲା ଭାତ ଖାଇ

ଶକୁନି ଭଳି ବଞ୍ଚିବାଟା ମୁଁ ଶିଖିନି ।

ଦୁଇ କାନ୍ଧେ ବସାଇ ଶ୍ରବଣ କୁମାର ପରି

ମାତାପିତାଙ୍କୁ ତିର୍ଥ ଭ୍ରମଣ କଥା

କେବେ ବି ମନେ ଥରେ ଭାବିନି

ବାପାମାନେ ଖାଲି ପରିଚୟ ଆଉ ଠିକଣା

ରାଜ୍ୟ ଧନ ସଂପତ୍ତି ଅଧିକାର ଲାଗି

ଜରାକାରା ଗୃହେ ବନ୍ଦୀକରିପାରେ କଂସ ପୁଣି ।

ତ୍ୟାଗ ସେବା ବଳୀଦାନ ସହିଷ୍ଣୁ ଶବ୍ଦ

କେବେଠୁ ଲିଭିଗଲାଣି ଜୀବନ ଅଭିଧାନରୁ

ଡେଣା ଲାଗିବା ଦିନଠୁଁ ଉଡିପାରୁଛି

ଏକାଏକା ଦୂରଆକାଶେ ବିନା ଆସରାରେ

ରଙ୍ଗିନ ଇନ୍ଦ୍ରଧନୁ ପାଶେ ପହଁଚିବା ପାଇଁ

ଅଜାତଶତ୍ରୁ ବି ଦିନେ ହୋଇପାରେ ।

ବାପ ଥିବା ପୁଅ ସଭାରେ ହାରେନି

ଜିତିବାକୁ ଆଉ ବାପା ଲୋଡା ନାହିଁ

ଏକାଏକା ମୋତେ ସବୁ ନିଅଣ୍ଟ

ଅର୍ଥପାଶେ ସବୁ ହାର ମାନେ ଏଠି

ସ୍ନେହ ମମତା ପଙ୍କେ ଘାଣ୍ଟିଗୋଳେଇ

ପେଟ ତଳେ ଓଦା କନା ଦେଇ ଜାଣିନି

ହସୁଛି କାନ୍ଦୁଛି ନିଜକୁ ନାୟକ ସଜାଇ

ନିଜେ ଲେଖିଥିବା ମୋ ନୂଆ ନୂଆ କାହାଣୀରେ ।


ମୋ।- ୭୩୭୭୧୯୭୯୯୯

ବଟରପଡା ରାଜକନିକା କେନ୍ଦ୍ରାପଡା


Rate this content
Log in