STORYMIRROR

Smrutirekha Acharya

Others

3  

Smrutirekha Acharya

Others

ଆଧୁନିକ ପାର୍ବଣ

ଆଧୁନିକ ପାର୍ବଣ

1 min
191

ପାର୍ବଣର ମହା ସମାରୋହ

ଏକାଠି ବୁଢା ପିଲା ସଭିଏଁ

ଲଭିବାକୁ ପ୍ରଭୁ ଆଶୀର୍ବାଦ

ତରିବାକୁ ଜୀବନ ବିପଦ

କରନ୍ତି ମିନତୀ ସର୍ବେ

ସେ ଦୁର୍ଗତି ନାଶିନୀ ମା ଜଗତ ଜନନୀ ନିକଟେ

ଦିବ୍ୟା ଲୋଚନ ଧାରିଣୀ ମହିଷା ମରଦିନୀ

ସେ ରକ୍ତ ଭୁଜା

ପାରି କରି ନେବେ କାଳେ ବିପଦ ନୌକା

ନବରାତ୍ରି ନବ ଆଭୂଷଣ

ଦେଖି ସନ୍ତୁଷ୍ଟ ମାନବ ଜୀବନ

ଛାଡି ମାଛ ମାଂସ ଆମିଷ

ମନେ ଇର୍ଷା ର କରି ବାସ

କରନ୍ତି ମିଛ ଉପବାସ ର ପ୍ରହସନ

କେତେ ରୁପା ଚାନ୍ଦି ସୁନା ର ମେଢ଼

ଚକ ମକ କରେ ସାରା ସହର ଲିଚୁ ଆଲୁଅ ରେ

କିନ୍ତୁ ହୃଦୟ ସଭିଙ୍କ

ଲୋଭ ମୋହ କ୍ରୋଧ ମୋହ ମଦ ମାଶ୍ଚର୍ଯ୍ୟ ସଡ଼ ରିପୁ ର ସମାହାର

ପ୍ରଭୁ ପୂଜା ନାମେ କରି ପ୍ରଦୂଷିତ ସାରା ପରିବେଶ

କି ଲାଭ ପାଉଛି ଏ ବିବେକ ବିହୀନ ମାନବ ସମାଜ

ସୃଷ୍ଟି ର ହୋଇ ଶ୍ରେଷ୍ଠ ଜୀବ ସୁଦ୍ଧା

ନାହିଁ ତାର ଟିକେ ହେଜ

ବେସ୍ତ ସଭିଏଁ କରିବାରେ କ୍ଷୟ

ଏ ଅମୂଲ୍ୟ ସଂସାର

ବାଜା ବାଣରେ ସମ୍ପୂର୍ଣ୍ଣ ସହର କମ୍ପି ଯାଉଛି

ବୁଝିନି ଆଜି ଏ ମୂର୍ଖ ମାନବ କେତେ ବିପଦକୁ କୋଳେଇ ଆଣୁଚି

ପାର୍ବଣ ବିସର୍ଜନେ

ଅଶାନ୍ତ ସମୁଦ୍ର ହୁଏ କଳୁଷିତ

ଖାଦ୍ୟ ଶୃଙ୍ଖଳ ର ପ୍ରଥମ ସୋପାନ

ହୁଏ ଅସୁରକ୍ଷିତ

ହେ ମୁଢ ସମାଜ

ଟିକେ ବୁଝ ପ୍ରକୃତି ଉଦେଶ୍ୟ

ଫେରେଇ ବାରେ ଶାନ୍ତି

ବଢ଼ାଓ ସହଯୋଗ ର ହାତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍