ଆଧୁନିକ ନାରୀ
ଆଧୁନିକ ନାରୀ
1 min
232
ଏକବିଂଶ ଶତାବ୍ଦୀରେ ସମାଜ ଉପନୀତ
ଶତାବ୍ଦୀର ଛାପରେ ବଦଳିଛି ନାରୀବାଦ
ଘର କୋଣରୁ ଦପ୍ତର ପର୍ଯ୍ୟନ୍ତ
ସବୁଠି ନାରୀର ପ୍ରଥମ ରାଜତ୍ଵ
ସକାରାତ୍ମକ ପ୍ରଭାବର ଯେତିକି ରାଜୁତି
ନକାରାତ୍ମକ ଧାରାକୁ ବି ମିଳିଛି ଆଦୃତି
ଆଧୁନିକ ନାରୀ ବୋଲି ନିଜକୁ ବୋଲାନ୍ତି
ଗୁରୁଜନ ସମ୍ମାନ ପାଶୋରି ଦେଇଛନ୍ତି
ପର ସୁଖ ଦେଖି ଈର୍ଷାରେ ଜଳନ୍ତି
ଘରଭଙ୍ଗା କଥା କହି କଳହ ଲଗାନ୍ତି
ଚାକିରୀ ଆଳରେ ପରିବାରକୁ ହେଳା କରି
ତୁଚ୍ଛା ସ୍ୱାଭିମାନ ଅହଂକୁ ନିଅନ୍ତି ଆବୋରି
ଲଜ୍ଜା କରି ତେଜ୍ୟା ମାତିଛନ୍ତି ସଦର୍ପରେ
ସଂସ୍କାର ସଂସ୍କୃତି ବର୍ଜ୍ଜିତ ଆଧୁନିକତାର ଆଳରେ
ଶିକ୍ଷା କେବେ ଦେଖାଏନି ହୁଡ଼ିବାର ପଥ
ଆଧୁନିକ ନାରୀ ଭୁଲି ଯାଇଛନ୍ତି ଶିକ୍ଷାର ପ୍ରକୃତ ଅର୍ଥ।
