STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଆଧୁନିକ ନାରୀ

ଆଧୁନିକ ନାରୀ

1 min
261


ସବୁ କ୍ଷେତ୍ରେ ଆଜି ଆଧୁନିକ ନାରୀ

ଗୌରବ ଆଣନ୍ତି ଦେଶେ,

ନାରୀ ପରାକ୍ରମ ଗୁଞ୍ଜୁଛି ଦେଶରେ

ସୁରକ୍ଷାର କାର୍ଯ୍ୟେ ଦେଶେ।୧।


ଜାହାଜ ଉଡାନ୍ତି ନୀଳ ଆକାଶରେ

ସୁରକ୍ଷା ପାଇଁ ଦେଶର, 

ପୁରୁଷଙ୍କ ଠାରୁ କମ ନୁହେଁ ନାରୀ

ମହିମା ଗୁଞ୍ଜେ ନାରୀର।୨। 


କର୍ମକ୍ଷେତ୍ର ସେହୁ ପରିଶ୍ରମୀ ଅତି

ଶିକ୍ଷାର କ୍ଷେତ୍ରେ ଆଗୁଆ,

ଖେଳ କ୍ଷେତ୍ରେ ନାରୀ ଗୌରବ ଦେଉଛି

ସେବାର କାର୍ଯ୍ୟେ ଆଗୁଆ।୩।


ରାଜନୀତି କ୍ଷେତ୍ରେ ସେବାଭାବ ତାଙ୍କ

ରାଷ୍ଟ୍ରପତି ବନେ ନାରୀ,

ମୁଖ୍ୟମନ୍ତ୍ରୀ ହୋଇ ରାଜ୍ୟ ସେବୁଛନ୍ତି

ରାଜ୍ୟପାଳ ଆଜି ନାରୀ।୪।


ବଡ଼ ବଡ଼ ପଦେ ସ୍ଥାପିତ ତାଙ୍କର

ଗୌରବ ଦିଅନ୍ତି ଦେଶେ,

ପୁରୁଷ କରୁଛି ଯେଉଁ କାର୍ଯ୍ୟ ଆଜି

ନାରୀ କରୁଅଛି ଦେଶେ।୫।


ଗୃହସ୍ତ କାର୍ଯ୍ୟରେ ପାରଙ୍ଗମ ସେହୁ

ଗୁରୁଜନ ପ୍ରତି ଭକ୍ତି,

ଅତିଥି ସତ୍କାରେ ସେବାଭାବ ତାଙ୍କ

ନାରୀର କାର୍ଯ୍ୟର ଭକ୍ତି।୬।


ଆଧୁନିକ ନାରୀ ଅଟେ ଶିଳ୍ପୀକାର

କଳା କ୍ଷେତ୍ରରେ ଆଗୁଆ,

ସବୁ ଗୁଣେ ପୂର୍ଣ୍ଣ ଆଧୁନିକ ନାରୀ

କୃଷି କ୍ଷେତ୍ରରେ ଆଗୁଆ।୭।


ଯୁଦ୍ଧ କ୍ଷେତ୍ରେ ଏବେ ଆଗୁଆ ହିଁ ନାରୀ

ଗୁଞ୍ଜୁଅଛି ନାରୀ ଶକ୍ତି,

ମାତୃ କର୍ତ୍ତ୍ୟବକୁ ପାଳନ କରୁଛି

ଦେଉ ଅଛି ଶିକ୍ଷା ଶକ୍ତି।୮।


ଆଦର୍ଶ ସନ୍ତାନ ଗଢୁ ଅଛି ନାରୀ

ନାରୀ ଶକ୍ତି ରୂପେ ପୁଣି,

ନାରୀ ହିଁ ମାଆ ଦୁର୍ଗା ନାରୀ ହିଁ ମାଆ ଲକ୍ଷ୍ମୀ

ସର୍ବଶକ୍ତି ନାରୀ ପୁଣି।୯।


ସବୁ କ୍ଷେତ୍ରେ ଆଜି ଆଧୁନିକ ନାରୀ

ଗୌରବ ଆଣନ୍ତି ଦେଶେ,

ନାରୀ ପରାକ୍ରମ ଗୁଞ୍ଜୁଛି ଦେଶରେ

ସୁରକ୍ଷାର କାର୍ଯ୍ୟେ ଦେଶେ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍