STORYMIRROR

Indrabadal Mohanty

Others

4  

Indrabadal Mohanty

Others

ଆଧୁନିକ ଗରିବ

ଆଧୁନିକ ଗରିବ

1 min
211

ମୁଁ ଆଜି ଗରିବ,

ଟଙ୍କାର ପାହାଡ଼ ଥାଇ ବି କିଛି ଲାଭ ନାହିଁ,

ସେ ଟଙ୍କାରେ ସୁଖ ଟିକେ ତ କିଣି ହେଉନି।


ମୁଁ ଆଜି ଗରିବ,

ସାମାଜିକ ଗଣମାଧ୍ୟମରେ ହଜାର ହଜାର ବନ୍ଧୁ ଥାଇ ବି ଲାଭ ନାହିଁ।

ମୁଁ ନିଜତ୍ବ ପରିପ୍ରକାଶରେ ବନ୍ଧୁଟିଏ ଖୋଜି ପାଉନି।


ମୁଁ ଆଜି ଗରିବ,

ସମ୍ପର୍କର ବାଲିଘର ତୋଳିବାକୁ ଆଜି ଏ ହୃଦୟରେ ଆଉ ଜାଗା ନାହିଁ,

ଏପଟେ ସ୍ୱାର୍ଥପରତା ବିଶ୍ୱାସ ହରାଇଛି କିନ୍ତୁ କାହାକୁ ଦେଖା ଯାଉନି।


ମୁଁ ଆଜି ଗରିବ,

ଦୁଖଃ ଟିକେ କାହାକୁ ଦେବାକୁ ଭଲ ମଣିଷର ଏଠି ଅଭାବ ନାହିଁ,

ନିଃଲୋଭ ଭାବେ ହସଖୁସିର ସେ ସୌନ୍ଦର୍ଯ୍ୟତା କାହା ପାଖେ ଆଉ ମିଳୁନି।


ମୁଁ ଆଜି ଗରିବ,

ନିଃସ୍ୱାର୍ଥପରତା ଭାବେ ନିଜତ୍ବର ନୂଆ କାହାଣୀ ଆଉ ଲେଖା ଯାଉନାହିଁ,

ସବୁପାସେ ଥାଇ ବି ଆଜି ଏ ମଣିଷ ଗରିବ ସାଜିଛି କିନ୍ତୁ କାହାକୁ କହିପାରୁନି।


ମୁଁ ଆଜି ଗରିବ,

ଏଠି ଆଉ ଧନସମ୍ପଦ ନଥିବାର ଆଉ କାହାର ଦୁଃଖ ନାହିଁ,

କିନ୍ତୁ ଟଙ୍କାପଇସା ପଛରେ ଦୌଡ଼ି ଏଠି କିଏ କାହାର କିଛି ବୁଝିହେଉନି।


ମୁଁ ଆଜି ଗରିବ,

ପରିବାରର ସୁଖକୁ ଏ ସଂସାରରେ ଏତେଟା ଆଉ ଦେଖିବାକୁ ମିଳୁନାହିଁ,

କିନ୍ତୁ ମିଛ ସମ୍ପର୍କ ମାୟା ଜାଲରେ କେତେ ଯେ କିଏ ଫସି ଯାଉଛି କିନ୍ତୁ କାହାକୁ ଦେଖାଯାଉନି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍