ଆଧିପତ୍ୟ ନିମନ୍ତେ ସ୍ୱାର୍ଥରେ
ଆଧିପତ୍ୟ ନିମନ୍ତେ ସ୍ୱାର୍ଥରେ
ମିଛ ମାୟା ସଂସାରରେ,
ମିଛରେ ବୁଡିଛୁ ମନରେ,
ମିଛେ ଧାଉଁଚୁ ମରୀଚିକା ପଛରେ,
ସତ୍ୟରେ ହେଉ,
ତ୍ରେତୟାରେ ହେଉ,
ଅବା ଦ୍ୱାପରରେ ହେଉ,
ଜାତି ଧର୍ମ ରାଜଗାଦୀ ଓ ଆଧିପତ୍ୟ
ନିମନ୍ତେ ସମସ୍ତେ ସ୍ୱାର୍ଥରେ.
ରାଜନୀତିରେ ଗୋଷ୍ଠୀ କନ୍ଦଳ,
ବିଶ୍ୱ ବଜାରରେ ମୁଦ୍ରାର ଶକ୍ତି ପ୍ରଦର୍ଶନ,
ଧର୍ମ ତଥା ସମ୍ପର୍କକୁ ଦ୍ୱାହି ଦେଇ ଆକ୍ରମଣ,
ଆତଙ୍କକୁ ନେଇ ଜନତା ଭୟଭୀତ,
ଖଟିଖିଆ ଗରିବକୁ ଲୁଣ୍ଠନ କରି,
ଧନୀକ ଗୋଷ୍ଠୀ ନିଜ କୋଠାରେ,
ରହନ୍ତି ଶାନ୍ତିରେ,
ଗରିବଙ୍କୁ ଶୋଷଣ କରି ଚାଲିଛନ୍ତି,
ଗଢିବାକୁ ବହୁତ ସମୟ ଲାଗେ,
ଧ୍ୱଂସ କରିବାକୁ କିଛି ସମୟ,
ଶାସକ ଲାଗିଥାଏ ଆତଙ୍କବାଦ ଓ
ବିଶ୍ୱ ଆତଙ୍କ ସୃଷ୍ଟି କରିବାରେ,
ମତାନ୍ଧ, ଅମୃତ ସେନେହ ବାଣ୍ଟିବା
ଆତଙ୍କ ଛାଡି ପ୍ରେମକୁ ବାଣ୍ଟିବା,
ଜାଣିବ କୁଆଡୁ.
.
ସଂସାରରେ ମିଛ ଓ ସତର ଖେଳ
ସତ କଅଣ ମିଛ କଅଣ
ଚିହ୍ନିଲା ବେଳକୁ
ସରିଯିବ ଖେଳ,
ମହଙ୍ଗା ଦୁନିଆ,
ଶ୍ରମ ଏକା ଶସ୍ତା
ଦେଉଥିବୁ ଶ୍ରମ,
ଦୁନିଆଁ କହିବ ଭଲ,
ସୁଖ ବେଳେ ସାଥୀ,
ଦୁଃଖେ ନ ମିଳନ୍ତି.
ଗରିବ ପାଏନା ଶ୍ରମର ମୂଲ,
ନ୍ୟାୟର ନିକିତି ସାଜିଛି,
ଶ୍ରମର ମୂଲ୍ୟକୁ କିଏ ଜାଣୁଛି,
ଜୀଵନ ଏହିପରି ଘଣ୍ଟାର ଟିକ୍ ଟିକ୍ ପରି,
ବିତି ଚାଲିଛି...
କାଲି କାମ ପାଇଁ ତୁ..
ପୁଞ୍ଜି ପାଇଁ,
ଚାରିପଟେ ରକ୍ତମୁଖା ବ୍ୟାଘ୍ର,
ଡ଼ାହାଳ କୁକୁର,
ବିଷଧର ସର୍ପ,
ଚାରିଆଡେ଼ ସ୍ୱାର୍ଥର ବହ୍ନି,
ଦୁଃଖ ସୁଖ କାହାକୁ ବାଣ୍ଟିବି ?
ଲୋକେ ପଚାରନ୍ତି ଗଛ ଆଗ କି ମଞ୍ଜି ଆଗ??
ପୁଞ୍ଜି ଆଗ ନା ଶ୍ରମ ଆଗ ?
ବହୁତ କଠିନ ଗଣିତ, ହଁ କି ନା??
ଜୀବନ ଏକ ଗଣିତ,
ଖାଲି ପରୀକ୍ଷା ଓ ପରୀକ୍ଷା,
ନାହିଁ ତ ଆଶା
ଗରିବର ସାହା ଭରସା !!
ଶେଷେ ଈଶ୍ୱର ଭରସା.
