STORYMIRROR

Binata Mohanta

Others

3  

Binata Mohanta

Others

ଆଧାର କାର୍ଡ

ଆଧାର କାର୍ଡ

1 min
167

ସଭି ଜନଙ୍କ ସୁବିଧା ନିମନ୍ତେ ସରକାର

ଗଢ଼ିଛନ୍ତି କେତେ ଯେ ଯୋଜନା

ପରିଚୟ ପତ୍ର ରୂପେ ଆଧାର କାର୍ଡକୁ

କରିଛନ୍ତି ପୁଣି ଘୋଷଣା  ।।

ସମସ୍ତ ଭାରତୀୟ ନାଗରିକଙ୍କର ଅଟେ

ପ୍ରମାଣ ପତ୍ର ଏହା ଜାତୀୟତାର

ସଭି କାର୍ଯ୍ୟାଳୟ ସହିତ ଏହା ଜଡିତ  

ବାର ନମ୍ବର ବିଶିଷ୍ଟ ସଂଖ୍ୟା ଏହାର ।।

ସରକାରୀ ଅବା ବେସରକାରୀ ଅନୁଷ୍ଠାନ

ମାଗନ୍ତି ଆଧାର ପରିଚୟ ପ୍ରଥମ

ଦେଶ ଭିତର ଅବା ବାହାର ଭ୍ରମଣ

ମନେ କରି ନବା ଆଧାର ଆମ  ।।

ଯଦି ଏହାକୁ କେବ କେହି ଭୁଲିଚି

ନିଶ୍ଚୟ ସେ ପାଇଚି ଦଣ୍ଡ

ପୋଲିସ ବାବୁର ବେତ ପାହାର ସହ

ଗଣି ଥାଏ ପୁଣି ତଣ୍ଡ ।।

ସରକାରୀ ଯୋଜନା ପାଇବାକୁ ହେଲେ

ସମସ୍ତେ ବନାଇବା ଆଧାର ପରିଚୟ

ଧନୀ ହେଉ ଅବା ଗରୀବ ଜନ

ସବୁ କାର୍ଯ୍ୟ ତୁଲାଇବାକୁ ବତାଏ ଉପାୟ ।।

ଯାହାର ନାହିଁ ଏହି ପରିଚୟ ପତ୍ର

ମନକଷ୍ଟ ନକରି ଆବେଦନ କର ତୁରନ୍ତ

ଜନତାଙ୍କ ସୁବିଧା ପାଇଁ ଖୋଲା ଯାଇଛି ଆଧାର କେନ୍ଦ୍ର 

ବନାଇବା ଏହି ପରିଚୟ ପତ୍ର ଲାଭ ନେବା ସମସ୍ତ ।।

      

                        


Rate this content
Log in