ଆବରଣ
ଆବରଣ
1 min
779
ବାହାରେ ଦେଖେଇ ଭଦ୍ରତାର ଆବରଣ
ଭିତରେ ପକ୍କା ଡକେଇତ,
ଏଣ୍ଡୁଅ ଭଲି ରଂଗ ବଦଳେଇବା
ପାଳଟିଛି ମଣିଷ ଚରିତ୍ର l
ପୁରୁଣା ରୋଗ ଛାଡୁନାହିଁ ବନ୍ଧୁ
ଯେତେ ମହୋଷଧି ଲେପି,
ଶୁକର ପ୍ରକ୍ରୁତି କି ଛାଡିବ
ଯେତେ ସୁଖାଦ୍ୟ ଖାଇ l
ଲୋଭ ଆଉ ବାସନାରେ ଉତ୍ତେଜିତ
ଏଇ ମଣିଷ ମନ,
ପର ଅମଂଗଳ ଛାଡିବ ନାହିଁ
ହଉ ପଛେ ମରଣ l
ମୁଁ ପରିକଳ୍ପନା କରେ...
ଏକ ନୂତନ ସୂର୍ଯୌଦୟର...
ଯହିଁ ନଥିବ....
ହିଂସା, ଦ୍ବେସ, ରାଗ, ରୋଷ...
ଆଉ...
ଥିବ କେବଳ...
ମଣିଷପଣ, ଆତ୍ମିୟତା, ଭାତ୍ରୁଭାବ...
ନୂତନ ସୂର୍ଯୌଦୟର କଳ୍ପନା କରି
ଏମିତି ପାହିଯାଏ ରାତି,
ମୁର୍ଖତାର ଚଦରର୍ ଆବରଣରେ
ଉଇଁଯାଏ ନୂଆସକାଳ ରବି l
ବୈଷ୍ଣବ ମେହେର
ଗଣ୍ଡାବାହାଲି
ନୂଆପଡା
