STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ଆବେଗ ଓ ଅବଶେଷ

ଆବେଗ ଓ ଅବଶେଷ

1 min
26.7K


ଆବେଗ ଓ ଅବଶେଷ

ମୁଁ ଲେଖା ଠାରୁ ଦୂରରେ

ଅବସାଦ ନୁହେଁ ,ନୁହେଁ ବି ଅବସର,

ସମ୍ପୂର୍ଣ୍ଣ ଭାବେ

ଭାବ ପ୍ରବଣତାରୁ ନୁହେଁ ବି ବିଛିନ୍ନ,

ଅବିରାମ ବର୍ଷା ,

ଦୃଶ୍ୟପଟ୍ଟରେ ବନ୍ୟା ଉପରନ୍ତେ ହାହାକାର ମଧ୍ୟରେ ପ୍ରପୀଡ଼ିତ ଅନେକ ପ୍ରାଣର ସାମୁହିକ ଆକ୍ରନ୍ଦନ

ଅସହାୟ ପ୍ରାଣ ବାଧ୍ୟ ହୋଇଛି

ନେବାକୁ ଆଶ୍ରୟ

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଉଦ୍ଦିଷ୍ଟ କେଉଁ ଏକ ଅସ୍ଥାୟୀ ସ୍କୁଲ ଘର ଚାରି କାନ୍ଥ ମଧ୍ୟରେ

ସ୍ବେଚ୍ଛାକୃତ ନିର୍ବାସନ ନୁହେଁ ହୋଇପାରେ

ବୋଧେ ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ

ଏଠି ବି ଭୋକର ଢେମସା ନାଚ

କାନ ଦେଇ ଶୁଣି ଚାଲିଛି

ଆଳପନା

ତାର

ବିଦ୍ରୋହୀ ହୃଦୟର ଗାଥା

ଆଶା

କାଳେ ସୃଷ୍ଟି ହେବ ନୂଆ ରୂପ ନେଇ

ରାଗ ମଲ୍ଲାହର

ଜୀବନ ,

ପ୍ରକୃତି ବନାମ ପରିବେଶ

ବିଭାଜନର

କରୁଣ ଭଗ୍ନାଂଶର ଇତିକଥା ପୂର୍ବରୁ

ରହି ଯାଇଥିବା

ଅବଶେଷ-----------------!

ମୁଁ ଲେଖା ଠାରୁ ଦୂରରେ

ଅବଶେଷ ଗୁଡିକ

ଇତସ୍ଥିତ ବିକ୍ଷିପିତ ହୋଇ

ପଡି ରହିଥିବା

ପୁତ୍ତିଗନ୍ଧମୟା ପରିବେଶ ଭିତରେ

ମାଟି ଉପରେ ଠିଆ ହୋଇ ଚିକ୍ତାର କରୁଥିବା

ପ୍ରାଣଟିଏର

ଆବେଗ ବନ୍ୟା ଉପରାନ୍ତେ ଦୃଶ୍ୟର----------!

©®କାଶ୍ୟପ

ରାୟଗଡା



Rate this content
Log in