Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Others

2  

ଉମା ଶଙ୍କର ମାଝୀ

Others

ଆବାସ

ଆବାସ

1 min
409



ମନୁଷ୍ୟ ଜୀବନେ ବଞ୍ଚିବାର ପାଇଁ 

    ମୋୖଳିକ ଆବଶ୍ୟକତା

ଖାଦ୍ୟ ବସ୍ତ୍ର ଆଉ ବାସଗୃହ ବୋଲି 

     ଜାଣନ୍ତି ସର୍ବ ଜନତା l 0 l 


 ଏକ ଗୃହ ପ୍ରତି  ମନୁଷ୍ୟ ପାଇଁକି  

    ନିଶ୍ଚୟ ଯେ ଦରକାର 

 କିଏ କହେ ଘର କେ କହେ ଆବାସ

    ବିଭିନ୍ନ ନାମ ତାହାର l 1 l 


ବିଦ୍ୟାର ଆଳୟ ଅଟେ ବିଦ୍ୟାଳୟ 

   ପରିବାର ପ୍ରିୟ ଘର 

 ଘର ର ସଦସ୍ୟ  ଗୃହ ପରିବେଶ 

   ଭାବନ୍ତି ସଦା ନିଜର  l 2 l


ପରସ୍ପର ସ୍ନେହ ଘର ମଧ୍ୟେ ଥିଲେ 

    ବୈକୁଣ୍ଠ ସମାନ କହି 

ଉତ୍ତମ ସଂସ୍କାର ଭଲ ପରିବେଶ 

    ସଦା ସୃଷ୍ଟି କରିଥାଇ l 3 l


ବଡ଼ କୁ ସମ୍ମାନ  ଛୋଟ ପ୍ରତି ସ୍ନେହ 

     ସେଠି ଆନନ୍ଦ ଲୁଚିଛି 

କୋଟି ଧନ ଥାଇ  କଣ ଲାଭ ଅଛି

     ଶାନ୍ତି ଯଦି ନ ରହିଛି l 4 l


ଯେଉଁ ପରିବାରେ ସ୍ନେହ ,ଶ୍ରଦ୍ଧା,ଶାନ୍ତି 

    ଖୋଜିଲେ ମିଳଇ ନାହିଁ 

 ସେହି ଘର ଲାଗେ ନରକ ର ତୁଲ୍ୟ 

    ସେଠି ରହି ଲାଭ କାହିଁ l 5 l


  ଘରଟି ସୁନ୍ଦର   ଲାଗଇ ସଭିଙ୍କୁ 

      ମିଳିମିଶି ରହୁଥିଲେ 

  ବାପାମାଆ ସ୍ନେହ ପ୍ରେମ ର ଆଶିଷ

    ଯଦି ସଦା ବେଳେ ମିଳେ l 6 l


 ମାଆ ହାତ ରନ୍ଧା  ଆଈବୁଢ଼ୀ ଗପ 

     ଭାଇ ଭଉଣୀ ର ସ୍ନେହ 

 ବାପାଙ୍କ ଆକଟ ଅଜା ବୁଢ଼ା ଥଟ୍ଟା 

    କେ ଭୁଲି ପାରିବ କୁହ l 7 l


 ଘର ଅଟେ ସଦା ଖୁସିର ଆଳୟ

     ଆମରି ଜନମ ସ୍ଥାନ

 ସେଠି ଚାଲିବୁଲି  ହସ ଖୁସି ହୋଇ 

    ବିତିଛି ଆମ ଜୀବନ l 8 l


  ଜୀବନ ଗଠନେ  ଗୃହ ଅବଦାନ

     କେହି ଭୁଲିବାର ନାହିଁ 

  ଗୃହସ୍ଥ ଜୀବନ ଶାନ୍ତିମୟ ସଦା 

      ଶାସ୍ତ୍ର ସଦା ଅଛି କହି l 9 l


  ଯଦି ଘରେ ଚାହଁ  ଆନନ୍ଦ ମୁହୂର୍ତ୍ତ

     ମିଳିମିଶି ରହି ଶିଖ

  ତୁମରି ଆବାସ ବୈକୁଣ୍ଠ ସମାନ

ହେବ ନିଶ୍ଚେ ଲେଖି ରଖ l10 l


Rate this content
Log in