STORYMIRROR

Lalita Mohan Mishra

Others

4  

Lalita Mohan Mishra

Others

ଆ କା ମା ବୈ

ଆ କା ମା ବୈ

1 min
401

ଆମ ସଂସ୍କୃତି ଓ ପରମ୍ପରା

ରାଜ୍ୟ ଉତ୍କଳ ଓଡିଶା

ଆମେ ଓଡ଼ିଆ ଜାତି ଓଡିଶା

ପିତା ମାତା ସେବା ଆମର କର୍ତ୍ତବ୍ୟ

ଏହା ଆମରି ସଂସ୍କୁତି ଓ ପରମ୍ପରା ।।

ଆମର ଅତିଥି ଦେବୋଭବ 

ଅତିଥି ଆଗମନେ ଆମର

ଛାତି କୁଣ୍ଢେ ମୋଟ

ପ୍ରଭୁ ଜଗନ୍ନାଥ

ଆମର ଧର୍ମ ସଂସ୍କୃତି

ଆମର ଐତିହ୍ୟ ପରମ୍ପରା ।।

ଭାଗବତ ଟୁଙ୍ଗି , ତୁଳସୀ ଚଉରା

ଏହା ସଂସ୍କୃତିର ପ୍ରତିଫଳନ 

ଆମ ପୋଷାକ ପରିଚ୍ଛେଦ

ଧୋତି କୁର୍ତ୍ତା, ମୁଣ୍ଡରେ ପଗଡି

ଶାଢ଼ୀ, ଓଢଣୀରେ ଆମେ ଆଚ୍ଛାଦିତ ।।

ଆମ ବୀରତ୍ୱ ଗାଥା

ଗଙ୍ଗା ଠାରୁ ଗୋଦାବରୀ ସୀମା

ଭାବିଲେ ଉନ୍ନତ୍ତର ମଥା

ଓଡ଼ିଆର ପିଠା ପଣା

ଆରିସା, କାକରା, ମଣ୍ଡା

ଓ ଏଣ୍ଡୁରି, ଚିତଉ କାନ୍ତି, ପଣା ।।

ଆମରି ମୁଖ୍ୟ ଖାଦ୍ୟ

ପଖାଳ ପିଆଜ ସଙ୍ଗେ ଶାଗଭଜା

ଭାରି ତାର ସୁଆଦ

ଆମରି ଲୋକ ଗୀତ

ଜାନୁଘଣ୍ଟ ଚକୁଳିଆ ପଣ୍ଡା ଗୀତ

ଶୁଣିବାକୁ ଲାଗେ ଭାରି ହିତ ।।

ଆମ ବାଦ୍ୟ ଯନ୍ତ୍ର

ଢୋଲ, ମୃଦଙ୍ଗ; ଶଙ୍ଖ ;କରତାଳ

ଭେରୀ ;ନାଗଡ଼l. ବେହେଲା

ଆମ ମୁଖ୍ୟ ପରବ ସିନା

ରଜ, ରଥଯାତ୍ରା, ସାବିତ୍ରୀ

ଦୋଳପୂର୍ଣ୍ଣମୀ ରକ୍ଷାବନ୍ଧନ।।

କାର୍ତ୍ତିକ ପୂର୍ଣ୍ଣିମା ବୋଇତବନ୍ଦାଣ

ଆମ ସଂସ୍କୃତି ପରମ୍ପରା

ଆମର ଐତିହ୍ୟ

କାର୍ତ୍ତିକ ପୂର୍ଣ୍ଣିମାରେ

ଆମେଡଙ୍ଗା ଭସାଇ ବୋଲୁ -

ଆ, କା ମା, ପୋଇ...ଗୁଆ ପାନ ଥୋଇ... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍