STORYMIRROR

Dr Prateek kumar Pahi

Others

3  

Dr Prateek kumar Pahi

Others

ଆ କା ମା ବୈ

ଆ କା ମା ବୈ

1 min
239

କଦଳୀ ପଟୁଆ ଦେହେ ପାନ ଗୁଆ 

ଧୂପ ଦୀପ ଜାଳି ଦେଇ,

ପୁଣ୍ୟ ନଦୀ ତୀରେ ପୂର୍ଣ୍ଣମୀ ତିଥିରେ 

ଓଡ଼ିଆ ଦିଏ ଭସେଇ....


ଆଷାଢ ମାସରେ ଯାଉଥିଲା ସିଏ 

ଜାଭା ଓ ସୁମାତ୍ରା ଦେଶେ,

ବେପାର ବଣିଜ ସାରି ଆସୁଥିଲା 

ଧରମ ମାସର ଶେଷେ....


ପୂରୁବ ଐତିହ୍ୟ ଜାତିର ଗାରିମା 

ଆଜି ପୁଣି ମନେପଡ଼େ,

ମହା ପଞ୍ଚୁକରେ ପକେଇ ମୁରୁଜ 

କୁଳବଧୂ ହାତ ଯୋଡ଼େ....


ଚଉଁରା ମୂଳରେ ପୂଜେ ବୃନ୍ଦାବତୀ 

ଧୋଇଯାଏ ସବୁ ପାପ,

ନିରବ ସନ୍ଧ୍ୟାକୁ କରେ ଭକ୍ତିମୟ 

ଆଶାର ଆକାଶ ଦୀପ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍