STORYMIRROR

Ranjan kumar Mohanty

Others

3  

Ranjan kumar Mohanty

Others

21.ନୀରବ ଝଡ଼

21.ନୀରବ ଝଡ଼

1 min
226

ମନରେ ସାଇତା ଛୋଟ ଛୋଟ କଥା 

ଗୁମୁରି ଗୁମୁରି ପାଲଟେ ବଡ଼ 

ସେଇ ପୁଣି ହୁଏ ରଚେ ପ୍ରଳୟର ଛବି 

ଅଦିନେ ଅଣାଇ ଜୀବନ ଝଡ଼ 

କେତେ ସମ୍ପର୍କର ଗଡ 

ନିମିଷକେ ହୁଏ ଭୂତ କୋଠି ଏଠି 

ଭାଙ୍ଗି ଯାଇ କାନ୍ଥ ବାଡ଼ 


ଜୀବନ ଯେତିକି ଯାତନା ସେତିକି 

ଭାରି ଦୁର୍ବିସହ ଲାଗେ 

ବେଳେ ବେଳେ ମନ ସବୁ ସହିଯାଏ 

ନଇଁ ଯାଇ ଝଡ଼ ଆଗେ 

ଅଲିଭା ସ୍ମୃତିର ଦାଗେ 

ନିତି ଲେଖେ ସିଏ ଭିନ୍ନ ଏକ ଯୁଦ୍ଧ 

ହୃଦୟର କେଉଁ ଭାଗେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍