21.ନୀରବ ଝଡ଼
21.ନୀରବ ଝଡ଼
1 min
224
ମନରେ ସାଇତା ଛୋଟ ଛୋଟ କଥା
ଗୁମୁରି ଗୁମୁରି ପାଲଟେ ବଡ଼
ସେଇ ପୁଣି ହୁଏ ରଚେ ପ୍ରଳୟର ଛବି
ଅଦିନେ ଅଣାଇ ଜୀବନ ଝଡ଼
କେତେ ସମ୍ପର୍କର ଗଡ
ନିମିଷକେ ହୁଏ ଭୂତ କୋଠି ଏଠି
ଭାଙ୍ଗି ଯାଇ କାନ୍ଥ ବାଡ଼
ଜୀବନ ଯେତିକି ଯାତନା ସେତିକି
ଭାରି ଦୁର୍ବିସହ ଲାଗେ
ବେଳେ ବେଳେ ମନ ସବୁ ସହିଯାଏ
ନଇଁ ଯାଇ ଝଡ଼ ଆଗେ
ଅଲିଭା ସ୍ମୃତିର ଦାଗେ
ନିତି ଲେଖେ ସିଏ ଭିନ୍ନ ଏକ ଯୁଦ୍ଧ
ହୃଦୟର କେଉଁ ଭାଗେ
