୨୦୧୯
୨୦୧୯
1 min
393
ସେଦିନ ଖୁବ ଜାକଜମକରେ ହୋହାଲ୍ଲା କରି ତୁମକୁ ସ୍ୱାଗତ କରିଥିଲା ରାତି,
ରାତିନୁହେଁ ପୌଷର ଜାଡ଼ ଶୀତୁଆ ରାତି, ଆକାଶରେ ରଙ୍ଗୀନ ଆଲୁଅରେ ହଜି ଯାଉଥିଲା ଅନ୍ଧକାର
କ୍ୟାଲେଣ୍ଡରର ପୃଷ୍ଠା ଓଲଟାଇ ଫେରିଯିବ ତୁମେ
କେତେ ସବୁ ଘଟଣା ଦୁର୍ଘଟଣାର ମୂକସାକ୍ଷୀ ତୁମକୁ କଣ ଭୁଲି ହେବ
ହସଖୁସି ,ରାଗରୁଷ,ମାନଅଭିମାନ, ଆଉ ଆଞ୍ଜୁଳାଏ ଲୁହ ଭରା ଆକ୍ତା ମାକ୍ତା ସମୟ
ଏସବୁକୁ ଛାଡିଦେଲେ
ଋତୁସବୁ ଫେରିବାର ପ୍ରତିଶୃତି ଦେଇଛନ୍ତି
ଦିନ ପରେ ଦିନ ମାସ ପରେ ମାସ ଲେଉଟି ଆସିବେ
ନୂଆ ଏକ ସକାଳ ୨୦୨୦ କୁ ନେଇ
