STORYMIRROR

Prafulla Chandra Mishra

Others

2  

Prafulla Chandra Mishra

Others

୨୦୧୯ ନବବର୍ଷର ମଙ୍ଗଳ ଗୀତ

୨୦୧୯ ନବବର୍ଷର ମଙ୍ଗଳ ଗୀତ

1 min
394


• ନବବର୍ଷ ଅବସରେ ମଙ୍ଗଳ ଗୀତି,

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା,

• ---------- -------------------- ----------

• ଅଠର ସରିଲା ଉଣିଶ ଆସୁଛି ନେଇ ତା’ର ନୂଆ ରୂପ

• ସବୁଠି ଚାଲିଛି ସ୍ଵାଗତ ବନ୍ଦନା ଚାଲିଅଛି ନାଚ ଗୀତ ।।

• ଆକାଶ ପାତାଳ ମେଦିନୀ ମଙ୍ଗଳ ମୟ ହୋଇ ହୋଇଉଠେ ଦେଖ

• ନୂଆ ସୂରୁଜର ନୂତନ କିରଣେ ଧରା ହୁଏ ବିମୋହିତ ।।

• ପାତାଳେ ବାସୁକୀ ମଥାଟେକି ଉର୍ବୀ କରିଅଛନ୍ତି ଧାରଣ

• ଧରଣୀ ରାଣୀ ତା ବେଶ ବଦଳାଇ ନୂଆ ରୂପେ ବିଦ୍ୟମାନ ।।

• ବହିଲାଣି ମନ୍ଦ ମଳୟ ଅନୀଳ କୋଇଲି ଡାକଇ କୁହୁ

• ଆମ୍ବ ବଉଳର ବାସ ଚହଟଇ ମହୁମାଛି ପିଏ ମହୁ ।।

• ଗୁଣୁଗୁଣୁ ତାନେ ଗାଉଛନ୍ତି ପରା ମଙ୍ଗଳ ସ୍ଵାଗତ ଗୀତ

• ପରଭୃତ ଧୀର ମଧୁର ସଙ୍ଗୀତେ ପ୍ରକୃତି ବି ବିମୋହିତ ।।

• କୁଳୁକୁଳୁ ନାଦ ଶବଦେ ଝରଣା ଲହରୀ ଲହରୀ ଖେଳେ

• ସରଗ ସୁଷମା ସତେକି ପ୍ରତ୍ୟୟ ହୋଇଅଛି ଧରାତଳେ ।।

• ଗତ ବରଷ ର ଅନେକ ଅକୁହା ହୃଦ ବିଦାରକ କଥା

• ଆଉବି ଅନେକ ସୁଖଦ ମୁହୁର୍ତ୍ତ ଦେଇଛି ଅନେକ ବାର୍ତ୍ତା ।।

• ସବୁ ଇତିହାସ ହୋଇ ରହିଗଲା ଏ ଦୁଃଖ ସୁଖ ବାରତା

• ଭବିଷ୍ୟତ ତାର ବିଚାର କରିବ ସବୁ ସତ ମିଛ କଥା ।।

• ଆହେ ନବ ବର୍ଷ ଆସ ଆସ ତୁମେ ତୁମର ବରଦ ହସ୍ତ

• ପ୍ରସାରି ଦିଅ ହେ ଦୁଃଖ ଦୂର ହେଉ ଢାଳିଦିଅ ଆଶିର୍ବାଦ ।।

• ଆହେ ବିଶ୍ଵପତି ପ୍ରଫୁଲ୍ଲ ମିନତୀ ତବ ନିରଜ ପୟରେ

• ତବ ସୁକରୁଣା ଝରିପଡୁ ପ୍ରଭୁ ନବ ବର୍ଷ ଅବସରେ ।।

• ++++ +++++ ++++










Rate this content
Log in