STORYMIRROR

Gouri Panda

Abstract

3  

Gouri Panda

Abstract

ଶୀତ ଆସିଛି

ଶୀତ ଆସିଛି

1 min
243

ଶୀତ ଆସିଛି, ଦେଖ ଶୀତ ଆସିଛି 

ନୂଆ ସମ୍ଭାର କେତେ ସାଥେ ଆଣିଛି

କୁହୁଡି, କାକର ସାଥି ସହୋଦର

ଧୂଆଁଳିଆ ମୁହଁ ଦିଶେନି କାହାର

କାକର ଵିନ୍ଦୁରେ ଏ ଧରା ସୁନ୍ଦର 

ସତେ କି ବୁଣିଛି ଗାଲିଚା ମୁକ୍ତାର

ଶୀତ ସାଥେ ଥିଲେ ହସୁଥାଏ ଧରା 

ଶୀତ ବେଶି ଲାଗେ କମ୍ ଥାଏ ଖରା

ଗ୍ରୀଷମ ଉତ୍ତାପେ ଧରଣୀ ବ୍ୟଥିତ 

ତା'ପ୍ତତାପେ ପ୍ରାଣୀ ହେବେ କିଜୀବିତ

ଶୀତ ଆଣିଥାଏ ଶୋଭାର ପସରା 

ଶୀତ ହିଁ ତ ଏଠି ପ୍ରାଣୀଙ୍କ ଆସରା

ଫୁଲ, ଫଳ ଭରା କରେ ଏ ଧରାକୁ 

ଆଣିଥାଏ ଖୁସି ଅଜଣା କାହାକୁ

ଶୀତ ଯେ ଆମର ମାଉସୀ ଭଳିଆ 

ଶୀତ ଲାଗି ଜୀବ ହୁଏ ଅଳସୁଆ

ଚର୍ମ ଓଠ ସବୁ ଫାଟୁଥାଏ ବୋଲି 

ଲୋକେ କହୁଥାନ୍ତି ଶୀତ ଯାଉ ବୋଲି

ନ ଡରି ଶୀତ କୁ କାକର ସକାଳୁ 

କାରତିକ ବୁଡ ପକାନ୍ତି ଶ୍ରଦ୍ଧାଳୁ

ମାର୍ଗଶିର ମାସ ଗୁରୁବାର ପୂଜା 

ଶୀତ ହେଲେ ହେଉ ଘର ହୁଏ ସଜା

ଥିଲେ ପଛେ ଥାଉ ଦୁର୍ଗୁଣ ତାହାର 

ଶୀତ ସାଥି ହେଉ ଆମ ଅଗଣାର



Rate this content
Log in

Similar english poem from Abstract