Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

2  

Kamal Kumar Dash

ମାମୁଁ ଭଣଜା

ମାମୁଁ ଭଣଜା

2 mins
605


ମାମୁଁ ଓ ଭଣଜା ସବୁ ବେଳେ ମିଳିମିଶି ବୁଲି ବାହାରନ୍ତି । ମାମୁଁ ଖୁବ ମୋଟା ସୋଟା ଓ ଭଣଜା ଟିକେ ପତଳା । ଚାଲିଲା ବେଳେ ଡ଼କ୍ଟର ସାହୁଙ୍କ ସାଙ୍ଗରେ ତାଙ୍କର ପ୍ରାୟ ଦେଖାହୁଏ । ଦିନେ ସକାଳୁ ଭଣଜା ଏକ ଥିଲା । ଡାକ୍ତର ପଚାରିଲେ ଆରେ ବାବା ତୋ ମାମୁଁ କୁଆଡେ ଗଲେ ? ସେ କହିଲା ସାର ତାଙ୍କ ଦେହ ଭଲ ନାହିଁ ଛାତି କାଟୁଛି ,ବୋଧେ ଗ୍ୟାସ ହୋଇଥିବ । ଡାକ୍ତର କହିଲେ କଲି କଣ ଖାଇଥିଲା ? ସେ କହିଲା ବିରିୟାନୀ ଖାଇଥିଲା । ଡ଼କ୍ଟର କହିଲେ, ଭଲ ନହେଲେ ତାକୁ ହଁ ହସ୍ପିଟାଲ ନେଇଆସ ଦେଖିବା ।

10 ଟାରେ ମାମୁଁ ଓ ଭଣଜା ଦିଜଣ ହସ୍ପିଟାଲ ରେ ପହଁଚିଲେ ଓ ଡାକ୍ତର ଙ୍କୁ ଦେଖାକଲେ । ଡାକ୍ତର ସଙ୍ଗେ ସଙ୍ଗେ ଇଞ୍ଜେକ୍ସନ ଦେଲେ ଓ କିଛି ମେଡ଼ିସିନ ଖାଇବାକୁ ଦେଲେ । ତା ମାମୁଁ ର ବିପି ଅଧିକ ଥିଲା । କିଛି ସମୟ ପରେ ଟିକେ ଠିକ ହେଲା । ତାକୁ କିଛି ଟେଷ୍ଟ କରି ତା ପରଦିନ ଆସିବାକୁ କହିଲେ ଡାକ୍ତର । ତା ପରଦିନ ତା ବ୍ଲଡ଼ ଟେଷ୍ଟ ରିପୋର୍ଟ ଦେଖି ଚମକି ପଡିଲେ ଡାକ୍ତର । ତାର କୋଲେଷ୍ଟ୍ରଲ ଓ ସୁଗାର ଲେଭଲ ବହୁତ ଅଧିକ ଥିଲା । ଡାକ୍ତର ତାପାଇଁବି ମେଡିସିନ ଲେଖିଲେ ଓ ଖାଇବା ପିଇବା ପ୍ରତି ବହୁତ ଧ୍ୟାନ ଦେବାକୁ କହିଲେ । ମାମୁଁ କିଛିଦିନ ସବୁ ମାନି ଚଳିଲା ହେଲେ 2 ମାସ ପରେ ସବୁ ଭୁଲିଗଲା । ଦିନେ ସକାଳୁ ମାମୁଁ ଭଣଜା କଂର ଡାକ୍ତର କଂ ସାଥିରେ ଦେଖା ହୋଇଗଲା ଡାକ୍ତର ପଚାରିଲେ କେମିତି ଅଛ ? ଠିକ ଅଛି କହି ସେମାନେ ଚାଲିଗଲେ । ହେଲେ ଦି ଦିନ ପରେ ଦିହେଁ ଫୁଣି ହସ୍ପିଟାଲ୍ ରେ ପହଁଚିଲେ । ଏଥର ଡାକ୍ତର ତାକୁ ପଚାରିଲେ କଣ ମେଡ଼ିସିନ ଖାଉଥିଲ ନ ନାହିଁ । ମୁଂହ ତଳକୁ କରି କହିଲା ,ମେଡ଼ିସିନ ସରିଗଲା ତେଣୁ ଖାଉନଥିଲି । ଡାକ୍ତର ସବୁ ଠିକ ଠିକ ବୁଝି ଗଲେ । କହିଲେ ମେଡ଼ିସିନ ବନ୍ଦ କଲେ ଆଉ ଆସିବନି ।

ଡାକ୍ତର କଂ ସଂଗେ କେବେ ଦେଖା ହେଲେ ମାମୁଁ ଭଣଜା ଦିଜଣ ସାର ଙ୍କୁ ଧନ୍ୟବାଦ ଦିଅନ୍ତି । ଏ ଭିତରେ ଅନେକ ଦିନ ବିତି ଯାଇଛି । ଡାକ୍ତର ଦିନେ ଦେଖିଲେ ଭଣଜା ଏକା ଆସୁଛି ,ସେ ପାଖକୁ ଆସି ନମସ୍କାର କରି ଠିଆହେଲା । ତା ମୁଣ୍ଡ ଲଣ୍ଡା ହେଇଥିଲା । ଡାକ୍ତର ପଚାରିଲେ ଆରେ ବାବୁ ତୋ ମାମୁଁ କୁଆଡେ ଗଲା ? ତା ଆଖିରେ ଲୁହ ଆସିଗଲା ,ସେ କହିଲା ମାମୁଁ ଗାଁକୁ ଯାଇଥିଲେ ସେଠି ଅଚାନକ ଦିନେ ପଡିଗଲେ । ବେଧେ ହାର୍ଟ ଆତଙ୍କ ହେଲା , ହସ୍ପିଟାଲ ନେଉ ନେଉ ଚାଲିଗଲେ । ସେ ଫୁଣି କହିଲା ସାର ସେ କିଛିଦିନ ହେବ, ଭଲ ଲାଗିବାରୁ ଆପଣକଂ ମେଡ଼ିସିନ ଖାଉନଥିଲେ ।



Rate this content
Log in