Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Children Stories Inspirational

4.5  

Trushna Das

Children Stories Inspirational

ଦୁଇ ଭାଇଙ୍କର ମିଳନ

ଦୁଇ ଭାଇଙ୍କର ମିଳନ

4 mins
259


ସରଫରସ ଓ ଜଗୁଙ୍କର ବିବାହ ହୋଇ ଯାଇଛି । ବିବାହ ପରେ ଦୁହେଁ କିଛି ଦିନ ଭାରତରେ ରୁହନ୍ତି ତ ଆଉ କିଛି ଦିନ ପାକିସ୍ତାନରେ ରୁହନ୍ତି । ଭାରତରେ ରହୁଥିବା ସମୟରେ ସେମାନଙ୍କର କ୍ରିସ ଓ ପ୍ରିୟାଙ୍କ ସାଙ୍ଗରେ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଛି । ସରଫରସ ଓ ଜଗୁ ସବୁବେଳେ ପିକେ ବିଷୟରେ କହୁଥିବା ବେଳେ ପ୍ରିୟା ଓ କ୍ରିସ ସବୁବେଳେ ଯାଦୁ ବିଷୟରେ କହୁଥାଆନ୍ତି । ଦୁଇ ପରିବାର ଦୁଇ ପ୍ରକାର ଏଲିଅନ ସହ ଯୋଡ଼ା ।  


ଏମିତି ବର୍ଷେ ଅତିବାହିତ ହୋଇ ଯାଇଛି । ପ୍ରିୟା ଓ ଜଗୁ ଦୁହେଁ ଗର୍ଭବତୀ ଅଛନ୍ତି । ଦୁଇ ପରିବାରର ବହୁତ ଖୁସିରେ ଅଛନ୍ତି । ଜଗୁ ଓ ସରଫରସ ଏବେ ଭାରତରେ ଅଛନ୍ତି ।  


ହଠାତ୍ ନିଉଜରେ ଆସିଲା ଯେ ପୃଥିବୀ ଆଡକୁ ଗୋଟିଏ ବଡ ଉଲ୍କାପିଣ୍ଡ ମାଡି ଆସୁଛି । ତାହା ପୃଥିବୀରେ କୁଟି ହେଲେ ପୃଥିବୀରେ ପ୍ରଳୟ ଆସିବ ଓ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ବୈଜ୍ଞାନିକମାନେ ଘୋଷଣା କଲେ । ସେମାନେ କହିଲେ ସେ ଉଲ୍କାପିଣ୍ଡକୁ ଅଟକାଇବା ପାଇଁ ସେମାନେ ଚେଷ୍ଟା କରୁଛନ୍ତି । ହେଲେ ସେତିକି ଶକ୍ତିଶାଳୀ ରକେଟ ସେମାନେ ଏତେ ଜଲଦି ତିଆରି କରି ପାରିବେ ନାହିଁ ।  


କ୍ରିସ ଶୁଣି ଚିନ୍ତିତ ହେଲେ । ପୃଥିବୀକୁ ବଞ୍ଚାଇବା ପାଇଁ ସେ ଯାଦୁର ସାହାଯ୍ୟ ଲୋଡିଲେ । ଯାଦୁକୁ ସବୁ କଥା ଖୋଲି କ୍ରିସ କହିଲେ । କ୍ରିସ ବୈଜ୍ଞାନିକମାନଙ୍କୁ ନିଜ ଯୋଜନା ବିଷୟରେ କହିଲେ ଯେ ରକେଟକୁ ମହାକାଶରେ ଶକ୍ତିଶାଳୀ ହେବା ପର୍ଯ୍ୟନ୍ତ ଯାଦୁ ଓ କ୍ରିସ ରକେଟ ସହ ରହିବେ । ତାପରେ ସେମାନେ ଆଉ ଗୋଟିଏ ଅନ୍ତରୀକ୍ଷ ଯାନ ମାଧ୍ୟମରେ ପୃଥିବୀକୁ ଫେରି ଆସିବେ ଏବଂ ରକେଟ ଯାଇ ଉଲ୍କାପିଣ୍ଡ ସହ କୁଟି ହେବ ଏବଂ ମହାକାଶରେ ହିଁ ଉଲ୍କାପିଣ୍ଡଟି ବିସ୍ଫୋରଣ ହୋଇ ନଷ୍ଟ ହୋଇ ଯିବ । ଯୋଜନା ମୁତାବକ କାର୍ଯ୍ୟ ହେଲା ଓ ପୃଥିବୀ ଧ୍ୱଂସରୁ ରକ୍ଷା ପାଇଲା ।  


ଯାଦୁ ଓ କ୍ରିସ ଘରକୁ ଫେରି ଥାଆନ୍ତି । ହଠାତ୍ ସେତେବେଳକୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଘୋଷଣା ହେଲା । ଯୁଦ୍ଧ ଯୋଗୁଁ ପାକିସ୍ତାନୀମାନଙ୍କୁ ଭାରତରେ ରହିବାକୁ ଦେଲେ ନାହିଁ ଏବଂ ଭାରତୀୟମାନଙ୍କୁ ପାକିସ୍ତାନରେ ରହିବାକୁ ଦେଲେ ନାହିଁ । ବାଧ୍ୟ ହୋଇ ସରଫରସ ଓ ଜଗୁ ଅଲଗା ହୋଇଗଲେ । ଜଗୁ ସରଫରସକୁ ନେଇ ଚିନ୍ତିତ ଥାଆନ୍ତି । ତାଙ୍କ ସହ ଫୋନରେ ମଧ୍ୟ ଆଉ କଥା ହୋଇ ପାରୁ ନ ଥିଲେ । ତାଙ୍କର ଏବେ ସାହା ଭରସା କହିଲେ କେବଳ କ୍ରିସ ଓ ପ୍ରିୟା ।  


ସେହି ସମୟରେ ପିକେର ମନ ଭଲ ନ ଲାଗିବାରୁ ପିକେ ସରଫରସ ଓ ଜଗୁଙ୍କୁ ଦେଖା କରିବାକୁ ଆସିଥିଲା । ହେଲେ ଜଗୁଙ୍କ ଠାରୁ ସବୁ କଥା ଶୁଣି ସେ ବ୍ୟସ୍ତ ହୋଇ ଯାଇ ପାକିସ୍ତାନ ଗଲା । ପାକିସ୍ତାନରେ ପିକେ ସରଫରସର ଠିକଣା ନେଇ ସରଫରସଙ୍କୁ ଖୋଜୁ ଥିବା ସମୟରେ ପିକେକୁ ପାକିସ୍ତାନର ସୈନ୍ୟବାହିନୀ ଆତଙ୍କବାଦୀ ଭାବି ବନ୍ଦୀ କରିଛନ୍ତି । ହେଲେ ପରେ ସେମାନେ ଜାଣିଲେ ଯେ ପିକେ ଗୋଟିଏ ଏଲିଅନ । ତାକୁ ପାକିସ୍ତାନର ବୈଜ୍ଞାନିକମାନେ ବନ୍ଦି କରି ନେଇଗଲେ ।  


ସରଫରସ ପିକେର ଫୋଟ ଖବରକାଗଜରେ ଦେଖିଲେ ଏବଂ ସେ ଯାଇ ସେଠାକାର ବୈଜ୍ଞାନିକମାନଙ୍କୁ ବୁଝାଇବାକୁ ଯିବାରୁ ସରଫରସଙ୍କୁ ଦେଶଦ୍ରୋହୀ କହି ଗିରଫ କରାଗଲା ଏବଂ ମୃତ୍ୟୁ ଦଣ୍ଡ ଦିଆଯିବା ପାଇଁ ଦିନ ସ୍ଥିର ହେଲା ।  


ଏ ଖବର ନିଉଜ୍ ମାଧ୍ୟମରେ କ୍ରିସ୍, ପ୍ରିୟା, ଜଗୁ ଓ ଯାଦୁ ଜାଣିଲେ । ଜଗୁ ଶୁଣି ତାଙ୍କ ଅବସ୍ଥା ଖରାପ । ସେ ଅଚେତ ହୋଇ ଗଲେ । କ୍ରିସ ଯାଦୁ ସହ ପାକିସ୍ତାନ ବାହାରିଲେ । 


ପାକିସ୍ତାନରେ କ୍ରିସ ଓ ଯାଦୁ ରାତିରେ ଯାଇ ସରଫରସକୁ ବନ୍ଦୀ ମୁକ୍ତ କଲେ ଏବଂ ପିକେକୁ ପାକିସ୍ତାନୀ ବୈଜ୍ଞାନିକଙ୍କ ଠାରୁ ଲୁଚେଇ ଆଣିବାକୁ ଗଲେ । ହେଲେ ପାକିସ୍ତାନୀ ବୈଜ୍ଞାନିକମାନେ ଜାଣି ପାରିଲେ ଏବଂ ପିକେ ଉପରେ ଏଲିଅନ ସ୍ପେଶିଆଲ ଗୁଲି ଚଳାଇଲେ । ସେଥିରେ ପିକେକୁ ଗହଳିଆ ଆଘାତ ଲାଗିଲା ଓ ଅଚେତ ହୋଇଗଲା । ଠିକ୍ ସେହି ସମୟରେ ଯାଦୁ ବେକରେ ଥିବା ଲକେଟର ଲାଇଟଟି ଜଳିବାକୁ ଲାଗିଲା ଯେମିତି ପିକେ ବେକରେ ଥିବା ଲକେଟର ଲାଇଟ ଜଳିଲା । ବହୁତ କଷ୍ଟରେ ପିକେକୁ ଏବଂ ସରଫରସଙ୍କୁ କ୍ରିସ ଓ ଯାଦୁ ଭାରତକୁ ନେଇ ଆସିଲେ । ପିକେକୁ କ୍ରିସଙ୍କ ଗବେଷଣା ଲ୍ୟାବକୁ ନେଇଗଲେ । କ୍ରିସ, ଭାରତର ବଡ ବୈଜ୍ଞାନିକମାନେ ଓ ଡାକ୍ତରମାନେ ପିକେର ଚିକିତ୍ସା କରୁଥାଆନ୍ତି ।  


ସେତେବେଳକୁ ଯାଦୁ ଆସି କହିଲା ଯେ ପିକେ କେମିତି ଠିକ ହେବ ସେ କଥା ସେ ଜାଣିଛି । ପିକେ ହେଉଛି ଯାଦୁର ବଡ଼ ଭାଇ । ଯାଦୁର ମାଆ ଯାଦୁ ରହୁଥିବା ଗ୍ରହର ଏଲିଅନ ଓ ତା ବାପା ପିକେ ରହୁଥିବା ଗ୍ରହର ଏଲିଅନ । ଯାଦୁର ବାପା ଯାଦୁର ଗ୍ରହକୁ ଆସି ରହି ଯାଇଥିଲେ । ସେଥି ସେ ଯାଦୁର ମାଆଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ତାଙ୍କର ଦୁଇଟି ସନ୍ତାନ ହେଲା । ପ୍ରଥମ ସନ୍ତାନ ପିକେ ଓ ଦ୍ୱିତୀୟ ସନ୍ତାନ ଯାଦୁ । ଏ କଥା ଯେତେବେଳେ ପିକେର ବାପାଙ୍କ ଗ୍ରହ ଲୋକ ଜାଣିଲେ ସେମାନେ ତାଙ୍କ ବାପାଙ୍କୁ ନେଇ ଯିବାକୁ ବାହାରିଲେ । ହେଲେ ତାଙ୍କ ବାପା ଯିବାକୁ ମନା କରିବାରୁ ସେମାନେ ତାଙ୍କୁ ମାରିଦେଲେ । ଯାଦୁର ମାଆ ବହୁତ କଷ୍ଟରେ ପିକେ ଓ ଯାଦୁକୁ ସେମାନଙ୍କଠାରୁ ବଞ୍ଚାଇଲେ । କିଛି ମାସ ପରେ ଯାଦୁର ମାଆ ଘରେ ଥାଆନ୍ତି । ପିକେ ଓ ଯାଦୁ ଏକା ସାଙ୍ଗରେ ଲୁଚକାଳି ଖେଳୁଥାଆନ୍ତି । ପିକେ ଲୁଚି ଥାଏ । ହଠାତ୍ ଗୋଟିଏ ବହୁତ ଉଜ୍ଜଳ ଆଲୁଅ ଜଳିଲା ଓ ପିକେ ହଜି ଗଲା । ତାପର ଠାରୁ ପିକେ ଆଉ ମିଳିଲା ନାହିଁ । ଯାଦୁର ମାଆ କହିଲେ ଯେ ତା ବାପାଙ୍କ ଗ୍ରହର ଏଲିଅନମାନେ ତାକୁ ତାଙ୍କ ଗ୍ରହକୁ ନେଇଗଲେ । ସେ ବହୁତ ରୋଗୀଣା ହୋଇ ଯାଇଥିବାରୁ ପିକେ କୁ ଆଣିବାକୁ ଯାଇ ପାରିଲେ ନାହିଁ ଏବଂ କିଛି ମାସ ପରେ ସେ ମରି ଗଲେ । ମରିବା ଆଗରୁ କହିଥିଲେ ଯଦି ପିକେ ଓ ଯାଦୁ ପାଖାପାଖି ଥାଆନ୍ତି ତେବେ ସେହି ଦୁହିଁଙ୍କ ଉପରେ ବିପଦ ଆସିଲେ ଆପେ ଦୁହିଁଙ୍କ ବେକରେ ଥିବା ଲୋକେଟରେ ଲାଇଟ ଜଳିବ । ଆଉ ଆଜି ପିକେ ଉପରେ ବିପଦ ଆସିବାରୁ ଦୁହିଁଙ୍କ ବେକରେ ଥିବା ଲକେଟରୁ ଲାଇଟ ଜଳିଲା ।  


ଯାଦୁ କହିଲା ଯଦି ତା ଦେହରୁ ପ୍ଲାଜମା ପିକେ ଦେହକୁ ଦିଆଯାଏ ପିକେ ଠିକ ହୋଇଯିବ । 


ଯାଦୁ କହିବା ଅନୁଯାୟୀ ପ୍ଲାଜମା ଥେରାପି କରାଗଲା ଓ ପିକେ ଠିକ ହୋଇଗଲା । ପିକେ ଉଠିଲା ପରେ ସବୁ କଥା ଜାଣିଲା ଏବଂ ଗେହ୍ଲରେ ନିଜ ସାନ ଭାଇକୁ ଆପଣେଇଲା । ଦୁଇ ଭାଇଙ୍କର ମିଳନ ହେଲା ।  


ତାପରେ କ୍ରିସ ପ୍ରେସ କନଫରେନ୍ସ ଡକାଇଲେ । ପିକେ ଓ ଯାଦୁ ପୃଥିବୀ ବାସୀଙ୍କୁ ବାର୍ତ୍ତା ଦେଲେ ଯେ ଯଦି ଆମେ ଦୁଇ ଜଣ ଅଲଗା ଅଲଗା ଗ୍ରହର ଏଲିଅନ ହୋଇ ମଧ୍ୟ ଦୁଇ ଭାଇ ହୋଇଛୁ, ତ ତୁମେମାନେ ଗୋଟିଏ ଗ୍ରହର ମାନବ ହୋଇ ଏତେ ଶତ୍ରୁତା କଣ ପାଇଁ? ତୁମେମାନେ ଗୋଟିଏ ପରିବାର ପରି ରହିବା କଥା । ଏ ଶତ୍ରୁତା ଛାଡ଼ି ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କର । ତା ପରେ କ୍ରିସ ସରଫରସଙ୍କର ନିର୍ଦ୍ଦୋଷର ପ୍ରମାଣ ଦେଲେ ।  


ଏହାପରେ ପାକିସ୍ତାନ ସରକାର ସରଫରସଙ୍କ ଉପରୁ ସବୁ କଟକଣା ଉଠାଇଦେଲେ । ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ଘୋଷଣା କରାଗଲା । ଭାରତ ଓ ପାକିସ୍ତାନ ମଧ୍ୟରେ ଚୁକ୍ତି ହେଲା । ଏବେ ଭାରତରେ ପାକିସ୍ତାନୀମାନେ ଏବଂ ପାକିସ୍ତାନରେ ଭାରତୀୟମାନେ ରହିପାରିଲେ ।  


ସେଇ ଗୋଟିଏ ଦିନରେ ପ୍ରିୟା ଓ ଜଗୁ ଉଭୟଙ୍କର ପୁତ୍ର ସନ୍ତାନ ହେଲା । ଏବେ ଯାଦୁ ଓ ପିକେ ସନ୍ତାନ ଦୁଇ ଜଣଙ୍କୁ ଆର୍ଶୀବାଦ ଦେଇ ନିଜ ନିଜ ଗ୍ରହକୁ ଫେରିଗଲେ । ଏହାପରେ ଯାଦୁ ଯାଇ ପିକେ ପାଖରେ କିଛି ଦିନ ରହି ଆସୁଥିଲା ତ ପୁଣି ପିକେ ବି କିଛି ଦିନ ଆସି ରହୁଥିଲା । ସତରେ ଦୁଇ ଭାଇଙ୍କର ମିଳନ ଦୃଶ୍ୟ ଅପୂର୍ବ ଥିଲା । 



Rate this content
Log in