ବାପା
ବାପା
ଅନେକ ଥର ଭାବିବା ପରେ କଣ ତୁମ ବିଷୟରେ ଲେଖିବି ଓ କେଉଁଠୁ ଆରମ୍ଭ କେଉଁଠୁ ଶେଷ କରିବି କିଛି ସ୍ଥିର କରି ପାରିଲି ନାହିଁ ।
ଯାହାଙ୍କ ପ୍ରତ୍ୟେକ ସ୍ପର୍ଶରେ ପ୍ରାଣରେ ନବସଞ୍ଚାର ଘେନି ଆସେ, ସେ ମୋ ବାପା ।
ଯାହାଙ୍କ ମନରେ ପ୍ରତି ମୁହୂର୍ତ୍ତରେ ମୋ ଭବିଷ୍ୟତର ଚିନ୍ତା ଥାଏ, ସେ ମୋ ବାପା ।
ଯିଏ ସର୍ବଦା ନିଜ ଦୁଃଖ କଷ୍ଟକୁ ହୃଦୟ ଭିତରେ ଚାପିରଖି ମୋର ସମସ୍ତ ଆବଶ୍ୟକତା ପୁରଣ କରନ୍ତି, ସେ ମୋ ବାପା ।
ଯିଏ ଦିନ ତମାମ କଠିନ ପରିଶ୍ରମ କରୁଥିଲେ ମଧ୍ୟ ଅଭାବ ଅନାଟନ ଯୋଗୁଁ ଦୂର ସହରକୁ ଯାଇ ମଧ୍ୟ ଖାଲି ପେଟରେ ଫେରି ଆସନ୍ତି ଓ ସେହି ପଇସାରେ ମୋ ପସନ୍ଦର ଚୋକଲେଟ୍ କି ଜିନିଷ ଆଣନ୍ତି, ସେ ମୋ ବାପା ।
ଯିଏ ମୁଁ ରାତିରେ ପଢିବା ପାଇଁ ଉଠିବା ସମୟରେ ମୋ ପାଇଁ ରାତି ରାତି ଅନିଦ୍ରା ହୁଅନ୍ତି, ସେ ମୋ ବାପା ।
କ୍ଷେତରେ କାମ କରୁଥିବା ସମୟରେ ସକାଳ ଖାଇବା ନେଇ ଗଲେ, ଯିଏ ସାଙ୍ଗରେ ଖାଇବା ପାଇଁ କହି ନିଜେ ଅଳ୍ପ ଖାଇ କୁହନ୍ତି ଏତେ ଦୂର ଘରକୁ ଚାଲିଚାଲି ଯିବ, ପେଟ ଭରି ଖାଇନିଅ । କିନ୍ତୁ ଦିନ ତମାମ ନିଜେ କ୍ଷେତରେ କାମ କରିବେ, ସେଥିପ୍ରତି ଯାହାଙ୍କର ନିଘା ନଥାଏ, ସେ ମୋ ବାପା ।
ନିଜ ଦେହ ଖରାପ ହେଲେ କିଛି ହୋଇନାହିଁ କହି ଏଡେଇ ଦିଅନ୍ତି, କିନ୍ତୁ ମୋ ଦେହ ଖରାପ ହେଲେ ଯିଏ ପାଗଳ ପ୍ରାୟ ହୋଇ ମୋର ସେବା ଶ୍ରୁଶୁଷା କରନ୍ତି, ସେ ମୋ ବାପା ।
ମ୍ୟାଟ୍ରିକ୍ ପରିକ୍ଷାରେ ମୋତେ ଦେଖା କରିବାକୁ ଯାଉଥିବା ସମୟରେ ରାସ୍ତାରେ ଦୂର୍ଘଟଣା ଗ୍ରସ୍ତ ହୋଇ ଗୋଡ ଭାଙ୍ଗିବା ପରେ ମଧ୍ୟ ଦୀର୍ଘ ୩୫କିମି ସାଇକେଲ ନେଇ ମୋତେ ସାହଶ ଯିଏ ଦେଇଥିଲେ, ସେ ମୋ ବାପା ।
ମ୍ୟାଟ୍ରିକ୍ ରେ ପାସ୍ କରିବା ପରେ ମୋ ଖୁସିରେ ଖୁସି ହୋଇ ଯିଏ ମିଠା ବାଣ୍ଟନ୍ତି, ସେ ମୋ ବାପା ।
ବିପଦ ଆପଦରେ ମୋ କାନ୍ଧରେ ହାତ ରଖି ମୋତେ ସାହଶ ଦିଅନ୍ତି, ସେ ମୋ ବାପା ।
ଯିଏ ନିଜେ କରଜରେ ବୁଡି ରହି ମଧ୍ୟ ସ୍ବାଭବିକ ବ୍ୟବହାର ମାଧ୍ୟମରେ ସବୁ ଠିକ୍ ଅଛି କହି, ମୋତେ ଭଲରେ ରହିବା ପାଇଁ ପରାମର୍ଶ ଦିଅନ୍ତି, ସେ ମୋ ବାପା ।
ଯାହାଙ୍କ କଥାବାର୍ତ୍ତା, ଚାଲିଚଳନ, ଆଦର୍ଶରେ ମୁଁ ଅନୁପ୍ରାଣିତ, ସେ ମୋ ବାପା ।।
କହିବାକୁ ଗଲେ ବହୁତ କିଛି ଏମିତି ଘଟଣା ଅଛି । ବାପାଙ୍କ କର୍ତ୍ତବ୍ୟକୁ ନେଇ କିଛି ବର୍ଣ୍ଣନା କରିବା ଯାହା ମୋ ଦ୍ବାର ସମ୍ଭବ ନୁହଁ । କଲମରୁ କାଳି ସରିଯିବ ଓ ଖାତାରୁ କାଗଜ, ହେଲେ ବାପାଙ୍କ ଗୁଣଗାନ ସରିବ ନାହିଁ ।
ଆଜି ବି ମୋତେ ସେ କୋଳରେ ବସାନ୍ତି । ୬୪ବର୍ଷର ସିଡି ଚଢି ସାରିିଥିଲେ ବି ମୋତେ ସାଇକେଲ୍ ରେ କେରିଅରରେ ଗାମିଛା ବିିଛାଇ ବସାଇ ନିଅନ୍ତି ଓ କୁହନ୍ତି ତୁମେ ଛୋଟବେଳେ ଯେମିତି ଥିଲ, ଏବେ ସେମିତି । କାହିଁ ମୁଁ ଅଧିକ କିଛି କଷ୍ଟ ଅନୁଭବ କରିପାରୁନି ତୁମକୁ ସାଇକେଲ୍ ରେ ବସେଇ ନେଲେ ।
ବାପା କେଉଁ ଗୁଣ ତୁମର ମୁଁ ଗାଇବି ? ନାଁ, କେବେ ତୁମ ଋଣ ଶୁଝି ପାରିବି । ତୁମକୁ ଯଦି ସାରା ଜୀବନ ପୂଜିବି ତେବେ ମୋ ଜୀବନ କମ୍ ପଡିଯିବ ସତ ହେଲେ ବାପାଙ୍କ ସ୍ନେହ ପ୍ରେମ ମମତାର କାଣିଚାୟ ଫେରସ୍ତ କରି ପାରିବି ନାହିଁ ।।
ଲଭ୍ ୟୁ ବାପା ।।