Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜୀବନ'ର ଦୀପ-:
ଜୀବନ'ର ଦୀପ-:
★★★★★

© Prasant Kumar Senapati

Others

4 Minutes   7.5K    14


Content Ranking

 ଦୀପାବଳିର ସଂଧ୍ୟାରେ ସୁମିତ୍ରା ଦେବୀ ବାଲକୋନୀରେ ଠିଆ ହୋଇଥାନ୍ତି, ଚର୍ତୁପାର୍ଶ୍ବରେ ଅନେକ ଗୁଡିଏ ଝାଲର, ଚାଇନା ଲାଇଟ୍ ଓ ଦୀପରେ ଭରପୁର୍ ଆଲୋକ ମାଳା ସାଜସଜା ହୋଇଥିଲେ ମଧ୍ୟ ସୁମିତ୍ରାର ଦେବୀଙ୍କ ହୃଦୟ ଅନ୍ଧାରରେ ଭରି ରହିଥାଏ ।

ସାରା ସହର ଆଲୋକ ମାଳାରେ ସଜା ହୋଇଥିବା ସମୟରେ ସୁମିତ୍ରା ଦେବୀଙ୍କ ଏରୁଣ୍ଡି ବନ୍ଧରେ ଦୀପଟେ ଜଳୁନଥିଲା , ଯେଉଁଠି ଅର୍ନ୍ତମନରେ ଅନ୍ଧାର ଭରି ରହିଥାଏ, ସେଇ ଘର ଏରୁଣ୍ଡି ବନ୍ଧରେ ଦୀପ ଜଳାଇଲେ କଣ ଆଲୋକିତ ହୋଇ ପାରିବ ? ଇଏ ଶାଶ୍ବତ ଅନ୍ଧକାର ଥିଲା, ଯାହା କେବେ ସମାପ୍ତ ହେବ ନାହିଁ । ହଠାତ୍ ସୁମିତ୍ରା ଦେବୀଙ୍କ ପୁରୁଣା ସ୍ମୃତିରେ ହଜିଗଲେ, ଯାହା ତାଙ୍କୁ କଷ୍ଟ ଦେଈପାରେ ।

ବାପା ମାଆଙ୍କ ଦୂର୍ଘଟଣାର ମୃତ୍ୟୁ ପରେ ଅନେକ କଷ୍ଟରେ ଦାଦା ଖୁଡି ପାଳିପୋଷି ଏମ୍.ଏ ପର୍ଯ୍ୟନ୍ତ ପଢାଇ ବିବାହ କରାଇଦେଲେ । ସାମାନ୍ୟ ସାବନା ରଙ୍ଗ ଯୋଗୁଁ ସ୍ବାମିଙ୍କ ସେ ପସନ୍ଦ ନୁହନ୍ତି, ସ୍ବାମିଙ୍କୁ ସହରର ଜିନ୍ସ ଟିସାର୍ଟ ପିନ୍ଧା ଆଧୁନିକ ଝିଅ ପସନ୍ଦ । ଏପଟେ ଶାଶୁ ସହଜେ ଧନଲୋଭୀ । ସବୁବେଳେ ସୁମିତ୍ରା ଦେବୀଙ୍କୁ କହନ୍ତି ଯୌତୁକ ବାବଦକୁ କିଛି ଆଣିନୁ, ବାପଘରୁ ଯାଇ ଅମୁକ ଆଣେ, ସମୁକ ଆଣେ । ସୁମିତ୍ରା ଦେବୀ ଗାଁ ମାଟିର ଝିଅ । ଖୁଡି ଶଣ୍ଠଣା ଶିଖାଇ କହିଥିଲେ ସ୍ବାମି ଇହ ପର କାଳର ଦେବତା, ସ୍ବାମିଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କରିବୁ । ତୋର ଜନ୍ମ ଏଇଠି ସତ ମୃତ୍ୟୁ ଶାଶୁଘରେ । ଶାଶୁଘର ମଶାଣି ତୋ ପାଇଁ ସରଗପୁର । ତୋର ଧର୍ମ କର୍ମ ସବୁ ସେଇଠାରେ, ଦୁହିତା ଦୁଇ କୂଳକୁ ହିତ । ଖୁଡିଙ୍କ ଏସବୁ କଥା ମନେ ପକାଇ ସ୍ବାମିଙ୍କ ଅନାଦର ମଧ୍ୟ ଗ୍ରହଣ କରିନିଅନ୍ତି ଓ ଝରାଇ ଦିଅନ୍ତି ସବୁ ଦୁଃଖ ଅନ୍ଧାର ରାତିରେ ନୀରିହ ଆଖି କୋଣରୁ । ବାପଘରକୁ ଫେରିବା ସମ୍ଭବ ନୁହଁ, ଦାଦା ଅନେକ ଧାର କରଜ କରି ବାହା ଦେଇଥିଲେ, ପୁଣି ଥରେ ତାଙ୍କର ବୋଝ ହେବା ପାଇଁ ସେ ଚାହୁଁନଥିଲେ ।

ଶାଶୁଘର ପରିବାରର ବିରୋଧ ପରେ ବି ଅନେକ ଦୁଃଖ କଷ୍ଟ ସହି ବି.ଏ.ଡି କଲେ । ବହୁତ ଚେଷ୍ଟା ପ୍ରଚେଷ୍ଟା ପରେ ସରକାରୀ ହାଇସ୍କୁଲ୍ ରେ ଚାକିରୀଟେ ବି ମିଳିଗଲା ।

ଏବେ କିଛି ନହେଲେ ବି ଶାଶୁଙ୍କ ମୁହଁ ବନ୍ଦ ହେଲା, ପୈସା ସମସ୍ତଙ୍କ ମୁହଁ ବନ୍ଦ କରିଦିଏ । ଶାଶୁ ସିନା ଚୁପ୍ ରହିଲେ ହେଲେ ସ୍ବାମିଙ୍କ ସ୍ବଭାବରେ ପରିବର୍ତ୍ତନ ନାହିଁ ।

ଏହା ଭିତରେ ସ୍ବାମିଙ୍କ ଅନିଚ୍ଛା ସମ୍ପର୍କ ସତ୍ତ୍ବେ ସେ ଗୋଟେ ଝିଅର ମାଆ ହେଲେ। ତାଙ୍କ ହୃଦୟର କୋଣରୁ ଏକ ଆଶାର ଆଲୋକ ବିଛୁରିତ ହେଲା, କିଛି ନହେଲେ ବି ଝିଅକୁ ଦେଖି ସ୍ବାମି ବଦଳି ଯିବେ ଓ ଝିଅ ବାହାନାରେ କିଛି ଭଲପାଇବା ତାଙ୍କ ଭାଗରେ ମିଳିଯିିବ ।

କିନ୍ତୁ ଘଟିଲା ବିପରିତ, ତାଙ୍କ ଭାବନାରେ ପୁର୍ଣ୍ଣଛେଦ ପକାଇ ସବୁକିଛି ହୋଇଗଲା ଓଲଟ ପାଲଟ ।

ସେ ଚାକିରୀ, ଝିଅ ଓ ପରିବାର କାମରେ ବ୍ୟସ୍ତ ହୋଇଗଲେ ଓ ଏପଟେ ସ୍ବାମି ନିଜ ଠାରୁ ସାନ ସହରର ଏକ ଜିନ୍ସ ବାଲି ମାଧୁରୀର ପ୍ରେମ ଯାଦୁରେ ଉବୁଟୁବୁ ।

ସେ ଖବର ପାଇବା ବେଳକୁ ସବୁକିଛି ସରି ଯାଇଥାଏ । ସହରୀ ଝିଅ ମାଧୁରୀ କୁଆଁରୀ ଅବସ୍ଥାରେ ଅନ୍ତସତ୍ତ୍ବା । ସ୍ବାମି ସିଧା ସିଧା ଘରେ ଶାଶୁକୁ ଶୁଣାଇଦେଲେ ସେ ମାଧୁରୀ ପାଖରେ ରହିବେ ।

ବିଦ୍ୟାଳୟର ସହକର୍ମି ମତାମତ ଦେଲେ ନିଜ ସ୍ବାମି ବିରୋଧରେ କୋର୍ଟରେ କେସ୍ କର । କିନ୍ତୁ ସେ ଏପରି ଏକ ସମ୍ପର୍କକୁ ନେଇ ସମ୍ପୁର୍ଣ୍ଣ ଭାଙ୍ଗି ପଡିଥାନ୍ତି ଓ ବାଧ୍ୟ ବାଧକତାରେ ସମ୍ପର୍କ ଗଢିବାକୁ ସେ ପସନ୍ଦ କରନ୍ତିନି। ପରିଶେଷରେ ସେ ଘର ଛାଡିଦେଲେ ଓ ମାଧୁରୀ ପାଇଁ ଘରକୁ ଆସିବାର ପଥ ପରିଷ୍କାର ହୋଇଗଲା ।

ପାଞ୍ଚବର୍ଷ ଝିଅ ମାମି ସହ ଗଢିଲେ ଅଲଗା ଏକ ଦୁନିଆ । ଏକମାତ୍ର ଲକ୍ଷ୍ୟ ମାମିକୁ ମଣିଷଟିଏ ପରି ମଣିଷଟେ ଗଢି ନିଜ ଗୋଡରେ ଛିଡା କରାଇବା । ସମସ୍ତ ସ୍ନେହ ପ୍ରେମ ମାମି ଉପରେ ଢାଳି ଦେଉଥାନ୍ତି ।

ଏହା ଭିତରେ ଦାଦାଙ୍କର ମୃତ୍ୟୁ ହେଲା, ରୋଗିଣା ଖୁଡିକୁ ଏକୁଟିଆ ଛାଡିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ, ତେଣୁ ଖୁଡିକୁ ପାଖକୁ ଆଣି ତାଙ୍କ ଦାୟିତ୍ବ ନେଲେ, ଯାହା ହେଲେ ବି ଖୁଡି ମାଆ ସମାନ। ସୁମିତ୍ରା ଦେବୀ ନିଜ ରୁଚି ଅନୁସାରେ ଝିଅକୁ ଡାକ୍ତରୀ ପଢାଇଲେ।

କିଛି ବର୍ଷ ଉପରାନ୍ତେ ଝିଅର ବିବାହ ବି ହୋଇଗଲା । ଜ୍ବାଇଁ ବୈଜ୍ଞ୍ୟାନିକ , ଦୁଇବର୍ଷ ପରେ ସ୍କୋଲାରସିପ୍ ମିଳିବାରୁ ଜ୍ବାଇଁଙ୍କୁ ଆମେରିକାରେ ଶୌଧ କରିବା ପାଇଁ ନିମନ୍ତ୍ରଣ ମିଳିଲା । ପୁଣି ତାଙ୍କ ଜୀବନର ଆଲୋକ ଏକମାତ୍ର ସାହାରା ମାମି ତାଙ୍କ ଠାରୁ ଅଲଗା ହୋଇଗଲା । ଝିଅକୁ ବହୁତ ବୁଝାଇ ଶୁଝାଇ ଜ୍ବାଈଁ ସହିତ ଯିବାକୁ ସେ ସ୍ବୟଂଳବାଧ୍ୟ କରିଥିଲେ।

ଖୁଡିଙ୍କ ସାହାରାରେ ଜୀବନ କଟୁଥାଏ, କିନ୍ତୁ ଅଚାନକ ଦିନେ ଖୁଡି ବି ସଂସାରରୁ ବିଦାୟ ନେଲେ । ଏବେ ତାଙ୍କ ଜୀବନ ଅନ୍ଧକାର ମୟ ହୋଇଗଲା । କଣ କରିବେ, କାହା ପାଇଁ ବଞ୍ଚିବେ ଓ କାହା ମୁହଁକୁ ଚାହିଁ ବଞ୍ଚିବେ ନିତି ଚିନ୍ତାରେ ସଢୁଥାନ୍ତି । ନା ଝିଅକୁ ଆମେରିକାରୁ ଡକାଇବେ ନା ଝିଅ ପାଖରେ ଯାଇ ରହିବେ, ଏହି ଚିନ୍ତା ତାଙ୍କୁ ଘାରିଥାଏ । ଚାକିରୀ ମାତ୍ର ଆଉ ଦୁଇବର୍ଷ ରହିଲା ।

ହଠାତ୍ ବାଣର ତିବ୍ର ଧ୍ବନୀରେ ସେ ଭାବନା ଦୁନିଆରୁ ଫେରି ଅନୁଭବ କଲେ କେହି ସଦର ଦରଜାରେ ବହୁତ ଜୋରରେ ପିଟୁଛି । ଶିଘ୍ର ଶିଘ୍ର ସେ ଦିମହଲାରୁ ତଳକୁ ଆସି ଦେଖିଲେ ଦରଜା ବାହାରେ ଜଣେ ଅଜଣା ଯୁବକ ଛିଡା ହୋଇଛି । ସେ ଭିତରେ ଥାଇ ପଚାରିଲେ କିଏ ?

ଆଜ୍ଞା, ମୋତେ ଶ୍ରୀମତୀ ମାଳତୀ ଚୌଧୁରୀ ପଠାଇଛନ୍ତି । ଏ ଚିଠିଟି ଆପଣଙ୍କ ପାଇଁ, ଏତିକି କହି ଯୁବକଟି ଏକ ଚିଠି ସୁମିତ୍ରା ଦେବୀଙ୍କ ହାତକୁ ବଢାଇଲା ।

ସେ ଚମକି ପଡିଲା, ଶ୍ରମତୀ ଚୌଧୁରୀ ତାଙ୍କ ଶାଶୁଙ୍କ ନାମ । ଇଏ ଯୁବକ ଆଶିଷ ନୁହେଁ ତ ? ସେ ଅସମଞ୍ଜସ ଅବସ୍ଥାରେ ଚିଠିଟି ଧରି ପଢିବାକୁ ଲାଗିଲେ ।

ପ୍ରିୟ ସୁମିତ୍ରା,

ବୋହୁ କହିବାର ଅଧିକାର ମୋର ନାହିଁ, ଏ ଅଧିକାର ମୁଁ ନିଜକୁ ନିଜେ ହରାଇଛି । ଦୁଇବର୍ଷ ପୂର୍ବରୁ ରମଣର ମୃତ୍ୟୁ ହୋଇଥି୍ଲା, ଏହି ତିନିମାସ ତଳେ ମାଧୁରୀ ବି ହୃଦଘାତରେ ଚାଲିଗଲା । ମୋତେ କ୍ୟାନ୍ସର ଓ ମୋର ଶେଷ ସମୟ ପାଖେଇ ଆସିଲାଣି । ଆଶିଷକୁ ତୋ ପାଖକୁ ପଠାଉଛି, ତାର ଦାୟିତ୍ବ,,,,,, ।

ପଇସା ପତ୍ରର ଚିନ୍ତା କରିବୁ ନାହିଁ । ଯାହା ଏଠି ସବୁ ଧନସମ୍ପତ୍ତି ଅଛି ବିକ୍ରୀ କରି ତୁ ନେଇ ଯାଆ, କିନ୍ତୁ ଆଶିଷକୁ ମଣିଷଟିଏ ପରି ମଣିଷଟେ କରି ଗଢି ତୋଳିବୁ ।

ବାପ ଯେମିତି ଥିଲା, ପୁଅ ସେମିତି ନୁହଁ । ତୋ ବିଷୟରେ ମୁଁ ସବୁ ତାକୁ କହିଛି ଓ ସେ ବି ତୋତେ ବହୁତ ସମ୍ମାନ ଦିଏ ।

ଆଶା କରୁଛି ପିତାର ଭୁଲ ପାଇଁ ପୁଅଟି ଦଣ୍ଡ ନପାଉ ।

ବିନମ୍ର ଅନୁରୋଧ

ଏକ ଦୁଃଖିନୀ ମାଆ ।

ସେ ଆକାଶକୁ ଚାହିଁଲେ ଓ ପ୍ରଭୁଙ୍କୁ ପ୍ରଣାମ କରି ମନେ ମନେ ସ୍ମରଣ କରି କହିଲେ "ମୋ ବଞ୍ଚିବାର ରାହା ଯୋଗାଇ ଦେଲ ପ୍ରଭୁ ।" ମୋ ଜୀବନରେ ଦୀପଟିଏ ଜଳେଇ ଦେଲ । ମୋ ଜୀବନକୁ ଅନ୍ଧକାରରୁ ଆଲୋକିତ କରିଦେଲ । ଏହା ଭିତରେ ସୁମିତ୍ରା ଅତି ସ୍ଳେହରେ ଆଶିଷକୁ କୋଳେଇ ନେଇଥିଲେ । କିଛି ମୁହୁର୍ତ୍ତ ପରେ ଦେଖିବାକୁ ମିଳିଲା ମାଆ ପୁଅ ଦୁହେଁ ଅନ୍ଧକାର ମୟ ଘରକୁ ଦୀପାବଳିର ଦୀପ ଆଲୋକରେ ସଜାଉଥାନ୍ତି । ଯେଉଁ ଶାଶ୍ବତ ଅନ୍ଧକାର ସାରା ଜୀବନ ତାଙ୍କୁ ଖାଇ ଗୋଡାଉଥିଲା,,,,,,ଦୀପାବଳିର ଶୁଭ ମୁହୁର୍ତ୍ତରେ ସେସବୁ ଦୂରିଭୂତ ହୋଇ ସାରିଥାଏ । ଜୀବନର ଅନ୍ତିମ ମୁହୁର୍ତ୍ତରେ ଜିଇଁବାର ସାହାରା ତାଙ୍କୁ ମିଳି ଯାଇଥିଲା ।

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି

ଦୀପାବଳି ସାବନା ଶାଶୁ

Rate the content


Originality
Flow
Language
Cover design

Comments

Post

Some text some message..