Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଛବି
ଛବି
★★★★★

© Prasant Kumar Senapati

Others

3 Minutes   13.7K    8


Content Ranking

ଛବି- ଆଖି ବେଳେ ବେଳେ ଧୋକା ବି ଦେଇଥାଏ ।

 

ସୋନାଲି ଟ୍ରେନ୍ କମ୍ପାଟମେଣ୍ଟ ଭିତରକୁ ପ୍ରବେଶ କଲା । ଖୁବ ଶିଘ୍ର ତାର ଚଳଚଞ୍ଚଳ ଆଖି ଦୁଇଟି ନିଜ ରିଜର୍ଭେସନ୍ ସ୍ଥାନ ଖୋଜିବାରେ ବ୍ୟସ୍ତ ହୋଇଗଲେ । ତାର ମୁଖମଣ୍ଡଳରେ ସାମାନ୍ୟ ହସ ଖେଳିଗଲା । ଝରକା ପାଖ ସିଟ୍ ସବୁବେଳେ ତା ପାଇଁ ଆରମଦାୟକ ହୋଇଥାଏ । ଝରକା ପାଖ ଦେଇ ବାହାରର ଦୃଶ୍ୟ ସହିତ ଥଣ୍ଡ ପବନର ଉପଭୋଗ କରିବାର ମଜା କିଛିଟା ଅଲଗା ଥାଏ । କିନ୍ତୁ ପରମୂହୁର୍ତ୍ତରେ ତାର ମଥାରେ ଚିନ୍ତାର ରେଖା ଦେଖାଗଲା । ସେ ସିଟ୍ ରେ ଅନ୍ୟ ଦୁଇଜଣ ମହିଳା ବସିଥିଲେ । ସେମାନଙ୍କ ବୟସ ପାଖାପାଖି ଷାଠିଏ ରୁ ପଅଂଷଠି ଭିତରେ ଲାଗୁଥିଲା । ଦୁହେଁ ଗୋଡ ଉପରକୁ ଉଠାଇ ଚକାସନ ମୁଦ୍ରାରେ ବସି କଥା ହେଉଥିଲେ । ସେମାନଙ୍କ ବେଶଭୂଷା ଓ କଥାବାର୍ତ୍ତାରୁ ଲାଗୁଥିଲା ବୋଧେ ସେମାନେ କୌଣସି ତୀର୍ଥଯାତ୍ରାରେ ବାହାରିଛନ୍ତି । ସୋନାଲି ଝରକା ପାଖ ସିଟରେ ବସି ନିଜ ବ୍ୟାଗରୁ ପାଣି ବୋଟଲ୍ ଖୋଲି ଦୁଇ ଢୋକ ପିଇଲା ଓ ପଶ୍ଚିମ ଆକାଶର ଦୂର ଦିଗବଳୟରେ ଅସ୍ତଗାମୀ ସୂର୍ଯର ମନୋରମ ଦୃଶ୍ୟ ନିଜକୁ ହଜାଇଦେଲା । ହଠାତ୍ ସୋନାଲିର ଧ୍ୟାନ ଆକର୍ଷଣ କଲା କିଛି ଗୁଣୁଗୁଣୁ ଶଦ୍ଦ । ପାଖରେ ବସିଥିବା ଦୁଇ ମହିଳା ହାତରେ କୌଣସି ଏକ ପତ୍ରିକା କରି ମନ୍ତ୍ର ପାଠରେ ବ୍ୟସ୍ତ ଥିଲେ । ସୋନାଲିର ମୁହଁ କେମିତି ଏକ ଭାବ ପ୍ରଦର୍ଶନ କରୁଥିଲା ଓ ମନେ ମନେ ଭାବୁଥିଲା ସାରା ରାତି ଏମାନଙ୍କ ସହିତ କିପରି ବିତାଇବି ? ସେ ପୁନଶ୍ଚ ନିଜ ମୁହଁ ଫେରାଇ ନେଲା ଓ ଥଣ୍ଡା ପବନରେ ତାର ଆଖି ଦୁଇଟି ବୁଜି ହୋଇଯାଉଥିଲି । ଅଚାନକ୍ ତାର ନିଦ୍ରା ଭଙ୍ଗ ହେଲା । ସେ ଦେଖିଲା ଦୁଇ ମହିଳା ଶୋଇବା ପାଇଁ ସଜବାଜ କରୁଛନ୍ତି । ତାକୁ ନିଦରୁ ଉଠିବା ଦେଖି ଜଣେ ମହିଳା କହିଲେ ଝିଅ, ମୋ ସିଟ୍ ଉପରେ କିନ୍ତୁ ସାମାନ୍ୟ ଆଣ୍ଠୁରେ ଯନ୍ତ୍ରଣା ଥିବାରୁ ମୁଁ ଉପରକୁ ଚଢିବା ପାଇଁ ଅସମର୍ଥ । ଯଦି ତୁମର କିଛି ଅସୁବିଧା ନାହିଁ ତୁମ ତଳ ସିଟ୍ ମୋତେ ଦେଲେ ଖୁସି ହୁଅନ୍ତି । ସୋନାଲି ମନକୁ ମନ ବିରକ୍ତ ହେଲା କିନ୍ତୁ ପରିସ୍ଥିତିକୁ ଦେଖି ସେ ରାଜି ହୋଇଗଲା । ମନେ ମନେ ଭାବୁଥିଲା ଏପରି ସ୍ତ୍ରୀ ଲୋକଙ୍କ କିଛି କାମ ନାହିଁ । ଜୀବନ ସାରା ସ୍ୱାମୀ ପଇସାରେ ଆରାମ କଲେ ଓ ବୃଦ୍ଧ ସମୟରେ ତୀର୍ଥଯାତ୍ରାର ବାହାନା କରି ବୁଲିବାକୁ ବାହାରିଛନ୍ତି । ଆଣ୍ଠୁରେ ଯନ୍ତ୍ରଣା ଅଛି ତ ଘରେ ରହି ନାତି ନାତୁଣି ଖେଳାନ୍ତୁ । ସେ ମନେ ମନେ ଚିଡିଚିଡି ହୋଇ ଉପର ସିଟ୍କୁ ଚାଲିଗଲା ଓ ଦୁଇ ମହିଳା ମଧ୍ୟ ନିଜର ଶୋଇବା ପାଇଁ ବ୍ୟବସ୍ଥାରେ ଲାଗିପଡିଲେ । ଠିକ୍ ସେହି ସମୟରେ ତାର ମନେପଡିଲା ଲାପଟପ୍ ବ୍ୟାଗ ତଳେ ଛାଡି ଆସିଛି । ସେ ଜଣେ ମହିଳାଙ୍କୁ କହିଲା ମା ମୋ ବ୍ୟାଗ୍ ମୋତେ ଟିକେ ଉପରକୁ ଦିଅନ୍ତୁନା । ଜଣେ ମହିଳା ବ୍ୟାଗ୍ ଉଠାଇବା ମାତ୍ରେ ସୋନାଲି କହିଲା ଏଥିରେ ଲାପଟପ୍ ଅଛି, କୌଣସି ପୋଥିପତ୍ର ନୁହେଁ । ଆପଣ ଯତ୍ନର ସହିତ ବ୍ୟାଗ ଦିଅନ୍ତୁ । ମହିଳା ହସି ହସି ତାର ହାତରେ ବ୍ୟାଗ୍ ଧରାଇଦେଲେ । 

 

ସକାଳ ହୋଇସାରିଥିଲା । ଦୁଇ ମହିଳା ତଳ ସିଟରେ ବସି କଥାବାର୍ତ୍ତା ହେଉଥିଲେ । ସୋନାଲି ବି ତଳକୁ ଓହ୍ଲାଇ ଆସିଲା । ବ୍ୟାଗରୁ ଟାଓ୍ବେଲ ନେଇ ମୁହଁ ଧୋଇବା ପାଇଁ ଚାଲିଗଲା । ସେ ବାଥରୁମ୍ ରୁ ଆସି ଆଇନା ଖୋଲିଲା ଓ ନିଜର ମେକ୍ଅପ ନେଲା । ତାକୁ ଦେଖି ଜଣେ ମହିଳା କହିଲେ ଝିଅ ତୋର ସାହାଯ୍ୟ ପାଇଁ ଧନ୍ୟବାଦ । ବଦଳରେ ସୋନାଲିର ଇଛା ନଥିଲେ ମଧ୍ୟ ହସିବା ପାଇଁ ବାଧ୍ୟ ହୋଇ ସ୍ବାଗତ କରିଥିଲା । ଜଣେ ମହିଳା ପଚାରିଲେ ଝିଅ କେଉଁଠିକୁ ଯାଉଛ ?

ମୁଁ ଜଣେ ଡକ୍ଟରି ଛାତ୍ର ଏବଂ ବିଶ୍ବବିଦ୍ୟାଳୟରେ ଟପ୍ ହୋଇଥିବାରୁ ଏକ ସମ୍ମିଳନିରେ ଭାଗ ନେବା ପାଇଁ ଯାଉଛି । ସୋନାଲି ବ୍ୟଙ୍ଗାତ୍ମକ ଭାବନାରେ ଗର୍ବ ଅହଂକାର ମନ ନେଇ କହିଥିଲା । ଏହାଦ୍ବାରା ସେ ଦୁଇ ମହିଳାଙ୍କୁ ବିଦ୍ରୁପ କରି କହୁୁଥିଲା ଯେ ମୁଁ ଆପଣଙ୍କ ପରି ଖାଲିରେ ଖାଲିରେ ସମୟ ନଷ୍ଟ କରୁନାହିଁ । ମହିଳା ଏସବୁ ଶୁଣି ହସିଦେଲେ ।

 

ଆପଣମାନେ ବୋଧେ କୌଣସି ତୀର୍ଥଯାତ୍ରାରେ ଯାଉଛନ୍ତି ? ସୋନାଲି ନିଜକୁ ସମ୍ଭାଳି ନପାରି ଶେଷ ମୂହୁର୍ତ୍ତରେ ପଚାରିଦେଲା । 

ଜଣେ ମହିଳା ଉତ୍ତର ଦେଲେ ହଁ ଝିଅ ଠିକ୍ ସେହିପରି ।

ସେହିପରି ଅର୍ଥାତ୍ ? ସୋନାଲି ପ୍ରଶ୍ନବାଚକ ଆଖିରେ ଚାହିଁ ରହିଲା । ଠିକ୍ ସେହି ସମୟରେ ଅନ୍ୟ ମହଳା କଥାର ସ୍ପଷ୍ଟତା କଲେ । ମୁଁ ମୋ ନାତୁଣିକୁ ଦିଆଯିବାକୁ ଥିବା ଏକ ପୁରଷ୍କାର ସମ୍ମିଳନିରେ ସାମିଲ୍ ହେବା ପାଇଁ ଯାଉଛି । ମୁଁ ମୋ ନାତୁଣି ସୋନାଲି ଦୀକ୍ଷିତ ନାଁ ଶୁଣି ଆସୁଛି ସତ ଦୀର୍ଘ କୋଡିଏ ବର୍ଷ ତଳେ ତାକୁ ଦେଖିଥିଲି । ଆଉ ଏ ମୋ ସାଙ୍ଗ ଉକ୍ତ ସମ୍ମିଳନି ହେବାକୁ ଥିବା ୟୁନିଭରସିଟିର ପୁର୍ବତନ କୂଳପତି ଓ ଏବେର ମୁଖ୍ୟ ଅତିିଥୀ ।ସୋନାଲି ଆଶ୍ଚର୍ଯ୍ୟ ହୋଇ ନିଜ ଜେଜେମା କୁ ଦେଖୁଥିଲା । ମନେ ପକାଉଥିଲା ତାର ପୁରୁଣା ଦିନର ଝାପସା୍ ସ୍ମୃତିକୁ । ଆଖିରେ ତାର ଆଖିଏ ଲୁହ । ତାର ଆଖି ଦୁଇ ମହିଳାଙ୍କୁ ନେଇ ଯେଉଁ ଛବି ଆଙ୍କିଥିଲା, ତାହା ସମ୍ପୁର୍ଣ ଭୁଲ୍ ପ୍ରମାଣିତ ହୋଇସାରିଥିଲା ।

#we think...that does not exit

Rate the content


Originality
Flow
Language
Cover design

Comments

Post

Some text some message..