STORYMIRROR

Sudeshna Misra

Children Stories Action

3  

Sudeshna Misra

Children Stories Action

ସ୍କୁଲ ଘଣ୍ଟି ଓ ଛକା

ସ୍କୁଲ ଘଣ୍ଟି ଓ ଛକା

2 mins
249

ଘଣ୍ଟି ବାଜିବାକୁ ଆହୁରି କିଛି ସମୟ ବାକି ଅଛି।ଆକାଶୀ ରଙ୍ଗର ଜାମା ପିନ୍ଧି ଝିଅ ଓ ନୀଳ ହାଫ୍ ପ୍ୟାଣ୍ଟ୍ ଓ ଧଳା ଶାର୍ଟ୍ ପିନ୍ଧା ପୁଅ ମାନେ ଚାଲି ଚାଲି ଆସୁଛନ୍ତି। ପିଲାମାନେ ବହିଵସ୍ତାନି କୁ ନିଜ ନିଜ ଶ୍ରେଣୀ କକ୍ଷ୍ ର ମେଜ ଉପରେ ରଖି ସାମ୍ନା ପିଣ୍ଡା ରେ ପ୍ରାର୍ଥନା ପାଇଁ ଅପେକ୍ଷାରତ। ‌  କିଛି ପିଲା ପହଞ୍ଚି ଖେଳରେ ମାତିଗଲେଣି କେତେବେଳୁ।   ଦେଖଣାହାରୀ ମାନେ ଆମ୍ବଗଛ କୁ ଆଉଜି ଓ ଅନ୍ୟ ଛାତ୍ରମାନେ ଠିଆହେଇ ଖେଳ ଦେଖୁଛନ୍ତି। ଦର୍ଶକ ଗ୍ୟାଲେରୀ ମଧ୍ଯ ଚଳଚଞ୍ଚଳ। ଚାଲିଛି ଯୋର୍ ଦାର୍ କ୍ରିକେଟ ଖେଳ। କାଲି ଠୁ ଚାଲିଥିବା ଖେଳର ପରବର୍ତ୍ତୀ ପର୍ଯ୍ଯାର। ଦୁଇଜଣ ବ୍ଯାଟସ ମ୍ଯାନ ନିଜକୁ ସୁଦୃଢ କରୁଛନ୍ତି। ଫିଲ୍ଡର ମାନେ ନିଜନିଜ ସ୍ଥାନରେ ପ୍ରସ୍ତୁତ। ଦଶମ ଶ୍ରେଣୀ ଏ ଓ ବି ବିଭାଗ ଛାତ୍ରମାନଙ୍କ ଭିତରେ ମ୍ୟାଚ୍ ଆରମ୍ଭ ହେଇଛି ଏଇ କିଛିଦିନ ହେଲା। ଆଜି ତାର ଚତୁର୍ଥ ଦିନ।ସ୍ପିନ୍ ବୋଲର, ଦୌଡିଦୌଡି ଆସୁଛନ୍ତି, ଟିକେ ଟିକେ ପ୍ୟାଣ୍ଟ୍ ପକେଟ୍ ରେ ପେଣ୍ଡୁ କୁ ଘଷୁଛନ୍ତି। ପେଣ୍ଡୁ ଟିକୁ ଘୂରେଇ ଘୁରେଇ ଫିଙ୍ଗିଦେଲେ, ବ୍ଯାଟ୍ ରେ ନବାଜି ଧରିନେଲେ ଉଇକେଟ କିପର୍ ..... ଆଉଟ୍ .…ଆଉଟ୍.... ହୋ ହୋ ଅଳ୍ପ ହୋହଲ୍ଲା । ତତକ୍ଷଣାତ୍ ଆଉଜଣେ ବ୍ଯାଟସ୍ ମାନ ଆଉଟ୍ ହେଇଥିବା ପିଲାଠୁ ବ୍ଯାଟ ନେଇ ସଗର୍ବେ ଚାଲିଆସିଲେ। ପୁଣି ବୋଲିଂ ଆରମ୍ଭ ହେଲା। ଏଥର ପେଣ୍ଡୁଟି ସିଧା ଯାଇ ବ୍ଯାଟ ରେ ବାଜି ପାଚିରି ସେପଟେ ସିଂ ସାରଙ୍କ ଘରେ... ଆରେ ଆରେ ଛକା.... ଉଲ୍ଲସିତ ଖେଳାଳି ଓ ଦେଖଣାହାରୀ ଙ୍କ ତାଳିମାଡ। ଦୁଇ ବ୍ଯାଟସ୍ ମାନ୍ କୁଣ୍ଢା କୁଣ୍ଢି ଖୁସିରେ। ଜଣେ ପିଲା ଦୌଡିଲା ସାରଙ୍କ ଘରକୁ ବଲ୍ ଆଣିବା ପାଇଁ.... ଢିଂ ଢିଂ  ଢିଂ ଢିଂ ....ପ୍ରାର୍ଥନା ର ଘଣ୍ଟି , ଛିନ୍ ଛତ୍ର ହେଇଗଲା ସବୁକିଛି। ସ୍ବଳ୍ପ ଏକ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି । କଣ ଆଉ କରାଯିବ। କିଛି ପିଲା ଦଉଡିଲେ ସ୍କୁଲ୍ ଘର ଆଡ଼କୁ। ଆଉକିଛି ସାହାସୀ ତଥା ବେପରୁଆ ଛାତ୍ର ଧୀରେ ସୁସ୍ଥେ ଯାଉଥାଆନ୍ତି ଶ୍ରେଣୀକକ୍ଷ ଅଭିମୁଖେ।   

ନିଜ ନିଜ ଭିତରେ ଚାନ୍ଦାଭେଦା କରି କିଣିଥିବା କ୍ରିକେଟ୍ ବଲ ମିଳିବା ଯେ ଆଉ ସମ୍ଭବ ନୁହେଁ ଭାବି କିଛି ପିଲାଙ୍କ ହୃଦୟ ବିଦାରି ହେଇଯାଇଥିଲା। କାଲି ପାଇଁ ଆଉ ଏକ ବଲ୍ କିପରି ଯୋଗାଡ଼ କରାଯିବ ସେଇ ଚିନ୍ତାରେ ଥିଲେ ସେମାନେ।



Rate this content
Log in