Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abinash Pani

Others

4.1  

Abinash Pani

Others

ଅଦୃଶ୍ୟ ହସ

ଅଦୃଶ୍ୟ ହସ

2 mins
421


ଅଜଣା ଶୁନ୍ ଶାନ୍ ରାସ୍ତାର ଗଳି ଦେଇ ଯାଉ ଯାଉ ଅଜାଣତରେ କେତେବେଳେ ଯେ ପ୍ରତୀକ ପହଞ୍ଚି ଯାଇଛି ସେଇ ଛୋଟିଆ କଫି ସପ୍ ପାଖରେ। ଏ ହିଲ୍ ଷ୍ଟେସନର ଜାଗା ଗୁଡାକ ହିଁ ଏମିତି....... ପ୍ରକୃତିର ସୌନ୍ଦର୍ଯ୍ୟ ଏତେ ସୁନ୍ଦର ଲାଗେ ଯେ ଆଚ୍ଛା ମଣିଷ ସବୁ କିଛି ଭୁଲି ଯାଏ।

ହେଇ ଦେଖୁନ ! ସମୟ ଆସି ସନ୍ଧ୍ୟା ସାଢ଼େ ପାଞ୍ଚଟା ହେଲାଣି, ହେଲେ ତାର ଆଉ ମନେ ନାହିଁ ଯେ ତାକୁ ସୁପ୍ରିୟାକୁ ସର୍ପ୍ରାଇଜ୍ ଦବାର ଅଛି ବୋଲି। ଜାଣି ଶୁଣି ୧୭ ଦିନ ହେଲାଣି କଥା ହେଇନି ତା ସହିତ କେବଳ ଏଇଥି ପାଇଁ। ନୂଆ କରି ଜଏନ କରିଛି ହିମାଚଳ ପ୍ରଦେଶର "ମଣ୍ଡି" ସହର ରେ। ଆଉ ସେ ଜାଣିଛି ଯେ ସୁପ୍ରିୟା ଏଇ ସହର ରେ ଆଗରୁ ଚାକିରି କରିଛି । ଦୁହିଁଙ୍କ ସମ୍ପର୍କ ପ୍ରାୟ ୪ ବର୍ଷ ହେଇ ଗଲାଣି।

ଆଜି ପ୍ରତୀକ ବହୁତ୍ ଖୁସି ଥାଏ। କାରଣ ସେ ଆଜି ବହୁତ୍ ଦିନ ପରେ ସୁପ୍ରିୟାକୁ ଦେଖିବ । ଫୋନ୍ କଲ୍, ଭିଡିଓ କଲ୍ ତ ଚାଲେ, କିନ୍ତୁ ବହୁତ୍ ଦିନ ପରେ ସାମ୍ନା ସାମ୍ନି ହବ। ସେଇଥିପାଇଁ, ବାଟ ରେ ହିମାଚଳୀ ପୋଷାକ ପିନ୍ଧି, ଫୁଲ ବିକୁଥିବା ମାଉସୀକୁ ହିନ୍ଦୀ ରେ କହିଲା ଯେ ଗୋଟେ ତୋଡା କରି ଦିଅ। ମାଉସୀ କଣ କହିଲା ପ୍ରତୀକ କିଛି ବୁଝି ପାରୁ ନଥିଲେ ବି ତା ହାବ ଭାବ ରୁ ଠଉରେଇ ନେଲା ଯେ ମାଉସୀ ୮୦ ଟଙ୍କା ବୋଲି କହୁଛି।

ତାଙ୍କ ଦେଇ ଗୋଟେ ଅଟୋ ଭଡ଼ା କରି , ଅଟୋ ବାଲାକୁ ସୁପ୍ରିୟାର ଅଫିସ୍ ପାଖକୁ ନେଇ ଯିବାକୁ କହିଲା। ଅଟୋ ରେ ବସି ପ୍ରତୀକ ମନେ ମନେ ଭାବୁ ଥାଏ ସୁପ୍ରିୟା ତାକୁ ହଠାତ୍ ଦେଖିଲେ କଣ ଭାବିବ!

" ଆରେ ! ଆଜି ଯାଏଁ ବି ତୁମର ଡ୍ରେସିଂ ସେନ୍ସ ଆସିଲାନି?" ଏଇଆ କହିବ? ନା ଫିଲ୍ମ୍ର ହିରୋଇନ , ହିରୋକୁ ବହୁତ୍ ଦିନ ପରେ ଦେଖିବା ପରେ ଯେମିତି ଖୁସି ରେ ପାଗଳ ହେଇ ଯାଏ ,ସେମିତି ହବ?କେଜାଣି! ତା ସୁନ୍ଦର୍ ମୁହଁର ଡାହାଣ ପଟ ଗାଲ ରେ ଯେଉଁ କଳା ଜାଇ ଟି , ସେ ହସିଲେ ଆହୁରି ସୁନ୍ଦର୍ ଦେଖା ଯିବ। ଏମିତି ଭାବୁ ଭାବୁ କେତେବେଳେ ଯେ ଅଟୋ ଆଣିକି ସୁପ୍ରିୟା ଅଫିସ ପାଖରେ ଛାଡି ଦେଲାଣି , ଜାଣି ପାରିନି ସେ।

ସୁପ୍ରିୟାକୁ ଫୋନ ଲଗେଇଲା, ଫୋନ କିନ୍ତୁ ସ୍ଵିଚ୍ ଅଫ୍ କହୁଛି। ଗେଟ୍ ପାଖକୁ ଯାଇ ସିକ୍ୟୁରିଟିକୁ ପଚାରିଲା ରୁ ସେ କହିଲା ଯେ ମ୍ୟାଡ଼ାମ୍ ଭିତରେ ଅଛନ୍ତି , ତାଙ୍କ ଡ଼ିଉଟି ସରିବା ଟାଇମ ହେଇ ଗଲାଣି, ଏଇ ଆସୁଥିବେ। ଭିତରକୁ ଯାଇ ୱେଟ କରିବା ଅପେକ୍ଷା ପ୍ରତୀକ ସେଇଠି ଗେଟ୍ ପାଖରେ ବୁଲୁ ଥାଏ। ବାରମ୍ବାର ହାତ ଘଣ୍ଟାକୁ ଦେଖି ମନେ ମାନେ କହୁ ଥାଏ " ହେସ୍! ଫୁଲ ଗୁଡ଼ ଯଦି ମଉଳି ଯାଆନ୍ତି , ତେବେ ସର୍ପ୍ରାଇଜ୍ର କଣ ମୂଲ୍ୟରହିବ ଯେ?"

ଏମିତି ଭାବୁ ଭାବୁ , ହଠାତ୍ ନଜର ପଡିଗଲା ତାର ଗେଟ୍ ପାଖରେ ଥିବା ସିକ୍ୟୁରୀଟିର ନମସ୍କାର ଭଙ୍ଗୀ ଉପରେ .... ଆଉ ଦେଖିଲା ଜଣେ ଭଦ୍ର ମହିଳା ଙ୍କୁ ଯିଏ ମଥା ରେ ସିନ୍ଦୂର ଲଗାଇ, ସୁନ୍ଦର୍ ଶାଢ଼ୀ ଟିଏ ପିନ୍ଧି ଅଫିସ ରୁ ବାହାରିଲେ। ଖାଣ୍ଟି ଭାରତୀୟ ନାରୀ। ବୋଧେ ନୂଆ ନୂଆ ବାହା ହେଇଛନ୍ତି।ପ୍ରତୀକ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ନ ହୋଇ ହସ ହସ ମୁହଁ ରେ ତାଙ୍କ ପାଖକୁ ଯାଇ ,ଫୁଲ ତୋଡା ଟି ବଢେଇ ଦେଲା ଆଉ କହିଲା " ହ୍ୟାପ୍ପି ମ୍ୟାରେଡ୍ ଲାଇଫ୍"।

ପ୍ରତୀକ ମୁହଁରେ ଏବେ ବି ହସ ଥିଲା କିନ୍ତୁ ସେ ଭଦ୍ର ମହିଳାଙ୍କ ମୁହଁର ହସ ଧୀରେ ଧୀରେ ଫିକା ପଡି ଅଦୃଶ୍ୟ ହେଇଗଲା ।


Rate this content
Log in