Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Children Stories Fantasy

4.0  

Trushna Das

Children Stories Fantasy

ୱାଣ୍ଡରଲ୍ୟାଣ୍ଡରେ ହ୍ୟାରି ପୋଟର ଓ କ୍ରିସ ନିଖୋଜ

ୱାଣ୍ଡରଲ୍ୟାଣ୍ଡରେ ହ୍ୟାରି ପୋଟର ଓ କ୍ରିସ ନିଖୋଜ

2 mins
282


ହାୱାର୍ଡ (ୱାଣ୍ଡରଲ୍ୟାଣ୍ଡ)ରେ ଶୀତ ଦିନ ଆରମ୍ଭ ହୋଇ ଯାଇଥାଏ।ସ୍ୱରଗ ପରି ଦୃଶ୍ୟ ତାହାର।ହ୍ୟାରି, ହ୍ୟମାୟୁନ ଓ ତାଙ୍କ ସାଙ୍ଗମାନେ ଥଣ୍ଡାର ଉପଭୋଗ କରୁଥାଆନ୍ତି।ହ୍ୟାରି ପଟର, ହୁମାୟୁନ ଦିନେ ଶୁଣିଲେ ଯେ ହାୱାର୍ଡ (ୱାଣ୍ଡରଲ୍ୟାଣ୍ଡରେ)କୁ କୁବାଣ ଶକ୍ତି ନାମକ ଗୋଟିଏ ଖରାପ ଶକ୍ତି ଆସି ସାରିଛି। ଯାହା କି ବଡ ଶକ୍ତିଶାଳୀ ଓ ତାର ମୁକାବିଲା କରିବା ପାଇଁ ସେମାନଙ୍କ ପାଖରେ ସେତିକି ଶକ୍ତି ନାହିଁ। ଡମ୍ବଲଡର ମଧ୍ୟ ସେଥି ପାଇଁ ଚିନ୍ତିତ। ସେମାନେ ତାର ମୁକାବିଲା କରିବା ପାଇଁ ଉପାୟ ଖୋଜୁ ଥାଆନ୍ତି। 


ସେହି ସମୟରେ ଡ୍ରନ କହିଲେ ତା ବାପା ଜଣଙ୍କ କଥା କହୁଥିଲେ ଯିଏ କି ଏ ସବୁର ମୁକାବିଲା କରି ପାରିବେ। ସମସ୍ତେ ପଚାରିଲେ କିଏ ସିଏ। ଡ୍ରନର କହିଲେ ସେ ହେଉଛନ୍ତି କ୍ରିସ୍। 




ତାପରେ ଡମ୍ବଲଡର କ୍ରିସ୍ ଙ୍କୁ ଡାକିଲେ। ଡମ୍ବଲଡରଙ୍କ କଥା ରକ୍ଷା କରି ୱାଣ୍ଡରଲ୍ୟାଣ୍ଡକୁ ଗଲେ। ସେଠାକୁ ଯିବାରୁ ସେ ଖରାପ ଶକ୍ତର ଆଭାସ ପାଇଗଲେ।ହେଲେ ଜାଣିପାରିଲେ ନାହିଁ ଯେ କେଉଁ ପିଲା ଭିତରେ ସେ ଖରାପ ଶକ୍ତି ଅଛି। 




ହାୱାର୍ଡ ବିଦ୍ୟାଳୟରେ ଡମ୍ବଲଡର, ହ୍ୟାରିପଟର, ହୁମାୟୁନ, ଡ୍ରନ, ପ୍ରଫେସରମାନଙ୍କୁ ଛାଡି ଦେଲେ ଏ ବିଷୟରେ ଆଉ କେହି ଜାଣି ନାହାନ୍ତି ଯେ ୱାଣ୍ଡରଲ୍ୟାଣ୍ଡ ଉପରେ ବିପଦ ଆସିଛି ବୋଲି। ସମସ୍ତେ ଜାଣନ୍ତି କ୍ରିସ୍ ଜଣେ ପ୍ରଫେସର ସେ ବିଦ୍ୟାଳୟରେ। 




କୁବାଣ ଶକ୍ତି ଏ ବିଷୟରେ କିନ୍ତୁ ନିଜର ଶକ୍ତି ବଳରେ ଜାଣି ଗଲା। ସେ ଆସ୍ତେ ଆସ୍ତେ ପିଲାମାନଙ୍କ ମଧ୍ୟରେ ନିଜର ଶକ୍ତି ବଢାଇଲା। ଏ ଶକ୍ତି ଯେଉଁ ପିଲାମାନଙ୍କ ପାଖକୁ ଯାଉଥାଏ ସେ ପିଲାମାନେ ହିଂସ୍ର ହୋଇ ଯାଉଥାନ୍ତି। 




ଦିନେ ସକାଳୁ ହ୍ୟାରି ଦେଖିଲେ ଯେ ଡମ୍ବଲଡର ଅଚେତ ହୋଇ ପଡିଛନ୍ତି। ହ୍ୟାରି ଯେତେ ଯାହା କଲେ ବି ସେ ସେମିତି ଅଚେତ ହୋଇ ଶୋଇ ଥାଆନ୍ତି।କ୍ରିସ୍ କହିଲେ ଏ ସବୁ କୁବାଣ ଶକ୍ତିର କାମ।ସେମାନେ ଦୁହେଁ ଓ ହୁମାୟୁନ ନିଜ ଶକ୍ତି ସାହାଯ୍ୟ ରେ କୁବାଣ ଶକ୍ତିକୁ ଚିହ୍ନଟ କଲେ। ସେ ଶକ୍ତି ବହୁତ ରୂପ ବଦଳେଇ ପାରେ। ସେମାନେ କିଛି କରିବା ଆଗରୁ ସେ ଶକ୍ତିର ବଶୀଭୂତ ଛୁଆମାନେ କ୍ରିସ୍, ହ୍ୟାରି, ହୁମାୟୁନ, ଡ୍ରନଙ୍କୁ ଆକ୍ରମଣ କଲେ ଏବଂ କୁବାଣ ଶକ୍ତି ଦ୍ୱାରା ଏମାନଙ୍କ ଶକ୍ତି ସବୁ ନଷ୍ଟ କରି ଦେଲା ଓ ବନ୍ଦୀ କରି ନେଲା। 




କ୍ରିସ୍, ହ୍ୟାରି ଓ ତାଙ୍କ ସାଙ୍ଗମାନେ ଏବେ ଯାଦୁଇ ଶକ୍ତିହୀନ। ସେମାନଙ୍କ ସାମନାରେ କୁବାଣ ପିଲାମାନଙ୍କୁ ତଡପେଇ ତଡପେଇ ମାରୁଥାଏ। ସେମାନେ ତାହା ସହି ପାରୁ ନ ଥାନ୍ତି। ହେଲେ ସେମାନଙ୍କର ଶକ୍ତି ଏବେ ଶୂନ କଣ କରିବେ।କୁବାଣ ଶକ୍ତିରୁ ମକ୍ତି ପାଇବା ପାଇଁ ତାଙ୍କର ଶକ୍ତି ନାହିଁ।ସେମାନଙ୍କୁ ଲାଗିଲା ଯେମିତି ୱାଣ୍ଡରଲ୍ୟାଣ୍ଡରେ ହ୍ୟାରି ପୋଟର ଓ କ୍ରିସ ନିଖୋଜ ହୋଇ ଯାଇଛନ୍ତି।




କ୍ରିସ୍ ସେତେବେଳେ ଗୋଟିଏ ଉପାୟ କାଢିଲେ ଯେ ସେ କୁବାଣକୁ ଉଚକେଇ କହିଲେ ସାହାସ ଅଛି ଯଦି ତାଙ୍କ ସହ ବାହାରେ ଦିନ ବେଳେ ଥରେ ଯୁଦ୍ଧ କରନ୍ତୁ। 




କୁବାଣ ଭାବିଲା ବିନା ଯାଦୁଇ ଶକ୍ତିରେ କ୍ରିସ୍ ତାର କଣ କରିପାରିବେ। ସେ କ୍ରିସ୍ ଙ୍କ ଯୁଦ୍ଧ ଆମନ୍ତ୍ରଣ ସ୍ୱୀକାର କରି କ୍ରିସ୍, ହ୍ୟାରି ଓ ତାଙ୍କ ସାଙ୍ଗମାନଙ୍କୁ ଦିନ ବେଳେ ଯୁଦ୍ଧ ପାଇଁ ବାହାରକୁ କାଢିଲା। 




ହ୍ୟାରି ଓ ତାଙ୍କ ସାଙ୍ଗମାନେ କୁବାଣ ସହ ମୁକାବିଲା କରିବା ସମୟରେ କ୍ରିସ୍ ସୂର୍ଯ୍ୟଙ୍କ ଆଡକୁ ଚାହିଁ ଯାଦୁ (ଏଲିୟନ) କୁ ମନେ ପକାଇ ଡାକିଲେ। 




ଯାଦୁ କ୍ରିସ୍ ଙ୍କ ଡାକ ଶୁଣି ନିଜ ସାଥୀମାନଙ୍କ ସହ ସେଠାକୁ ଆସିଲେ। ସେମାନେ କ୍ରିସ୍,ହ୍ୟାରି ଓ ସେମାନଙ୍କ ସାଙ୍ଗମାନଙ୍କୁ ଯାଦୁଇ ଶକ୍ତି ଦେଲେ। କ୍ରିସ୍ ଓ ହ୍ୟାରି କୁବାଣ ସହ ମୁକାବିଲା କଲେ ଓ ସେମାନଙ୍କ ସାଙ୍ଗମାନେ କୁବାଣ ଶକ୍ତି ଦ୍ୱାରା ଆକ୍ରାନ୍ତ ହୋଇଥିବା ପିଲାମାନଙ୍କୁ ଠିକ କଲେ। 




ଶେଷରେ ଭଲ ପାଖରେ ଖରାପ ଶକ୍ତି ହାର ମାନିଛି।କ୍ରିସ୍ ଓ ହ୍ୟାରିଙ୍କ ଶକ୍ତିରେ କୁବାଣ ମରିଗଲା।କ୍ରିସ୍ ଡମ୍ବଲଡରଙ୍କୁ ନିଜ ଶକ୍ତି ଦ୍ୱାରା ଭଲ କରି ଦେଲେ।ଯାଦୁ ହାୱାର୍ଡକୁ ଆଗ ଭଲି ଠିକ କରି ଦେଇ ନିଜ ଗ୍ରହକୁ ଫେରି ଗଲେ। 



ଏବେ ହାୱାର୍ଡ ପୁରା ସୁରକ୍ଷିତ।ଡମ୍ବଲଡର, ପ୍ରଫେସରମାନେ, ହ୍ୟାରି ଓ ତାଙ୍କ ସାଙ୍ଗମାନେ କ୍ରିସ୍ ଙ୍କୁ ଧନ୍ୟବାଦ ଜଣାଇଲେ।ତାପରେ କ୍ରିସ୍ ନିଜ ଘରକୁ ଫେରିଗଲେ।।


ପୁଣି ଥରେ ହାୱାର୍ଡରେ ଆଗପରି ବିଦ୍ୟାଳୟ ଆରମ୍ଭ ହେଲା। ସମସ୍ତେ ହ୍ୟାରି ପଟୟଙ୍କ ପ୍ରଶଂସା କରୁଛନ୍ତି।


Rate this content
Log in