Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୧୭

ଜୀବନ ଗୀତା-୩୧୭

1 min
348


ଜୀବନ ଯେତିକି ବ୍ୟାପକ

ସେତିକି ପୁଣି ଗଭୀର

ସଂଘର୍ଷମୟ ଏ ଜୀବନ

ସତରେ କେତେ ସୁନ୍ଦର ॥୦॥

ଅସୀମ ଅନନ୍ତ ପଥପରେ ସେତ

ସର୍ବଦା ଧାଇଁ ଚାଲିଛି

ଗଉରବମୟ ଜୀବନ ଅକ୍ଷୟ

କ୍ଷୟ ତାର ନାହିଁ କିଛି

ଲକ୍ଷ୍ୟର ସଂଧାନେ ଜୀବନ

ସଦାହୁଏ ଅଗ୍ରସର ॥୧॥

ସଂଗ୍ରାମ ପଥରେ ଅସୀମ ଶ୍ରଦ୍ଧାରେ

ଜାରି ରଖିଛି ପ୍ରୟାସ

ଜୀବନ ଯାତ୍ରାରେ ପିଇବାକୁ ମିଳେ

ବିଷ ହେଉକି ପୀୟୂଷ

ହାରିଯାଇ ନାହିଁ କେବେ ସେ

ଧାଉଁଅଛି ନିରନ୍ତର ॥୨॥


Rate this content
Log in