Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajini Upadhaya

Others

3  

Pankajini Upadhaya

Others

ତୁଳସୀ

ତୁଳସୀ

1 min
6.9K



◆◆◆◆◆◆

ପଙ୍କଜିନୀ ଉପାଧ୍ଯାୟ

◆◆◆◆◆◆◆

ଅରଙ୍ଗାବାଦ

◆◆◆◆◆◆◆

ପବିତ୍ର ପବିତ୍ର ମହକ

ମହକିତ ଦୁନିଆ

ଅତି ଉପକାରୀ ଗଛଟେ

ତୁଳସୀ ତା'ର ନାଆଁ।

ଦାଣ୍ଡ ଦୁଆରର ମଝିରେ

ଦେଖ ହୋଇଛି ଠିଆ

ସନ୍ଧ୍ୟା ଦୀପଟିଏ ସନ୍ଧ୍ୟାକୂ

ତା'ର ମୂଳରେ ଥୁଆ।

ସକାଳୁ ଘରର ରମଣୀ

ପ୍ରଥମ ପୂଜା ସାରି

ଘର କାମେ ମନ ଦିଏସେ

ତୁଳସୀ ନାମ ସ୍ମରି।

ଶୁଭ କାର୍ଯ୍ୟେ ଶୁଭ ସମୟେ

ତା'ର ହୁଅଇ ଲୋଡା

ମାନସିକ ପୂର୍ଣ୍ଣ ହୁଅଇ

ହେଲେ ତୁଳସୀ ଚଢା।

ଜଗନ୍ନାଥ ଯେବେ ଭେଟିବୁ

ପୁରୀ ବଡ ଦେଉଳେ

ଦର୍ଶନ ମାତ୍ରକେ ଛଢାଉ

ଜଗନ୍ନାଥଙ୍କ ଗଳେ।

ସବୁ ଭକତିର ମୁକତି

ସେ ପବିତ୍ର ତୁଳସୀ

ଶ୍ରାଦ୍ଧ ଓଷା ବାର ବ୍ରତରେ

ଲୋଡା ହୁଅଇ ବେଶୀ।

ଶରୀର ସୁସ୍ଥତା ଚିନ୍ତାରେ

ମନ ହେଲେ ଆତୁର

ତୁଳସୀ ସର୍ବାଙ୍ଗ ଚିକିତ୍ସା

ହୁଅଇ ଦରକାର।

ଥଣ୍ଡା ଜର କାଶ କଫରେ

ତୁଳସୀ ପତ୍ର ଲୋଡା

ଛେଚି ମହୁ ସାଥେ ମିଶାଇ

ପିଅ ପତର ଯୋଡା।

ସର୍ବୌଷଧି ନାମେ ବିଖ୍ୟାତ

ସବୁ ରୋଗ ଚିକିତ୍ସା

ଚେର ଡାଳ ଫୁଲ ପତର

ସବୁ ଦିଅଇ ଆସ୍ଥା।

ତୁଳସୀ ଦର୍ଶନେ ମିଳଇ

ସବୁ ଶୁଭ ସୂଚନା

ତୁଳସୀ ଦେବୀଙ୍କ ପୟରେ

ମୁଣ୍ଡ ରଖଇ ହୀନା।

ଜଗତ ଜୀବନ ପଥରେ

ଭରୁ ତୁଳସୀ ବାସ୍ନା

ସୁଖରେ ରହନ୍ତୁ ସରବେ

ଐହି ମନୋସ୍କାମନା।


Rate this content
Log in