ଜୀବନ ଗୀତା- ୩୭
ଜୀବନ ଗୀତା- ୩୭
1 min
6.8K
ଜୀବନ ଗୀତା
ଜୀବନ ମାଟିରେ
ଜୀବ ଓ ପରମ ଓଲଟ ବୃକ୍ଷର
ଦୁଇଟି ପକ୍ଷୀ
ଜଣେ ଅଟେ ଭୋଗୀ ଆଉଜଣେ ଯୋଗୀ
ଅଟଇ ସାକ୍ଷୀ ॥୦॥
ଡହଳବିକଳ ଖାଇବାକୁ ଫଳ
ହେଉଥାଏ ସିନା ଜୀବ
ମଉନେ ଧିଆନେ ବସିଥାଏ ନିତି
ଓଲଟ ବୃକ୍ଷେ ପରମ
ଲୋଭକରି ଜୀବ ବିପଦକୁ ସଦା
ଆଣଇ ଡାକି ॥୧॥
ଯାବତ ଜୀବନ ଜଳିଜଳି ଜୀବ
ପାଏନାହିଁ ସୁଖଶାନ୍ତି
ପରମ ଆନନ୍ଦେ ହସିହସି କାଟେ
ପରମ ତ ଦିନରାତି
ଜୀବର କପାଳେ ବିହି ସବୁ ଦୋଷ
ଦେଇଛି ଲେଖି ॥୨॥