ଜୀବନ ଗୀତା- ୬୦
ଜୀବନ ଗୀତା- ୬୦
1 min
6.6K
ଜୀବନ ଗୀତା- ୬୦
ଆଗୋ ମୋ ଜୀବନସାଥୀ
ରାତିର ଛାତିରେ ତମେ ଆଉ ମୁଁ
ଖେଳିବା ଲୁଚକାଳି
ଜହ୍ନ ବଗିଚାରେ ଝୁଲଣ ଲଗାଇ
ଖେଳିବା ଆସ ଦୋଳି ॥୦॥
ଛାତିରେ ସାଇତା ଅକୁହା କଥାକୁ
କହିଦେବି ଆଜି ରାତେ
ଚୁପିଚୁପି ତମ କାନରେ କହିବି
ମୋ ମନର କଥା ଯେତେ
ଓଠେ ହାତଦେଇ ଯେବେ ଦେବ ଛୁଇଁ
ତମ ପରଶରେ ଏ ଦେହ ଭିତରେ
ତରଙ୍ଗ ଯିବ ଖେଳି ॥୧॥
ଖୋଲା ଆକାଶର ବିଶାଳ ଛାତିରେ
ତାରକା ଦୀପାଳି ଜଳେ
ଜୋଛନା ଜୁଆରେ ଭିଜିବା ଆମେରେ
କୁହୁଡି ଚାଦର ତଳେ
ଖେଳିଖେଳି ରାତି ଯିବ ସିନା ବିତି
ସାରାଟା ଜୀବନ ଏଇ ରାତି କଥା
ହେଉଥିବା ଆମେ ଭାଳି ॥୨॥