ଭିଜା ଭିଜା ମନ
ଭିଜା ଭିଜା ମନ
1 min
276
କେବେ ହେଲେ ତୁମେ କହିନତ ଥରେ
ଭଲ ପାଅ ବୋଲି ଡାକି
ତଥାପି କାହିଁକି ତୁମେ ଦୂରେ ଗଲେ
ପୁରି ଉଠେ ମୋର ଆଖି (1)
ଭିଜା ଭିଜା ମନ ଭିଜା ଭିଜା ବାଲି
ଭିଜା ଭିଜା ବେଳା ଭୂମି
ଫେରି ଯାଏ ଢେଉ ଦୂରେ ବହୁଦୂରେ
ଥର ଟିଏ ଖାଲି ଛୁଇଁ (2)
ତୁମେତ ଫେରନି କିଛି ବି କୁହନି
କୁହେ ଖାଲି ନୀରବତା
ସେଇ ଝାଉଁ ବଣ ପବନ ସାଥିରେ
କଥା ହୁଏ ଆମ କଥା (3)