ଜୀବନ ଗୀତା-୯୬
ଜୀବନ ଗୀତା-୯୬
1 min
6.5K
ଜୀବନ ଗୀତା-୯୬
ଜୀବନ ନାଟିକା ଯାହାର ହାତରେ
ତାକୁ ପୂଜାହୁଏ କେତେ ପରକାରେ ॥୦॥
ଧୂପ ଦୀପ ଝୁଣା ଭୋଗରାଗ ପଣା
କେତେ କିଛି ଲୋଡାହୁଏ
ପୂଜାପାଠ ମନ୍ତ୍ର ସାଥେ ତନ୍ତ୍ର ଯନ୍ତ୍ର
ସବୁକିଛି କରାହୁଏ
ସରଗେ ଥାଏକି ମରତରେ ଥାଏ
ଅବା ସିଏ ଲୁଚିଥାଏ ପାତାଳରେ ॥
ସୃଷ୍ଟି ସଂହାରରେ ଅବା କଲ୍ୟାଣରେ
ଥାଏ ଏକା ତାର ହାତ
ଅଥଳ ଜଳରେ ଭାସି ଗଲାବେଳେ
ପାଏନା ତ କାର କାତ
ଜୀବନ ନଉକା ମଙ୍ଗ ଧରି ସିଏ
ପାରି କରିଦିଏ ଭବଜଳୁ ଧୀରେ ॥୨॥