ମାଗୁଣି
ମାଗୁଣି
1 min
13.5K
ସଂସାର ଭିତରେ ଘର କରିଥିଲେ
ପଥର ପଡିଲେ ସହି
କହିଦେବା ସିନା ଅତିଟା ସହଜ
ପଡିଗଲେ ତ୍ରାହି ତ୍ରାହି
ଚାରିକଡ ମୋର ଦିଶେ ଅନ୍ଧକାର
ଆସଇ ବତାସ ମାଡି
ବିଜୁଳି ଚମକ ବରଷା ପ୍ରକୋପ
ପୁଣି ବଜ୍ରବାଣ ରଡି
ପଥର ବି ହୁଏ ଫୁଲଠୁ କୋମଳ
ତୁମେ ଟିକେ ଦେଲେ ଚାହିଁ
ଦୁଃଖ କଷ୍ଟ ସିନା ଲାଗି ରହିଥାଏ
କିନ୍ତୁ ଜଣା ପଡେ ନାହିଁ
ମାଗି ନାହିଁ କେବେ ଆଜି ବି ମାଗୁନି
ଦୁଃଖ ମୋର କାଢି ନିଅ
ଆଗରୁ ମାଗିଛି ଆଜି ବି ମାଗୁଛି
ଧୈର୍ଯ୍ୟ ଓ ଶକତି ଦିଅ
ଚିତ୍ତ ରଞ୍ଜନ ଲେଙ୍କା (କଟକ)