ଜୀବନ ଗୀତା- ୪୦
ଜୀବନ ଗୀତା- ୪୦
1 min
13.6K
ଜୀବନ ଗୀତା- ୪୦
ଲୁହ ପିଇ ଯିଏ ସଭିଙ୍କ ସାଥିରେ
ହସିହସି କଥା କହେ
ଦୁଃଖ ସହି ଯିଏ ଦୁନିଆ ଦାଣ୍ଡରେ
ଖୁସିଖୁସି ଚାଲିଥାଏ
ତା' ଜୀବନଗାଥା ଶୁଣିବା ପାଇଁକି
ଚାହିଁ ରହନ୍ତି ସଭିଏଁ ॥୦॥
ଦୁଃଖ ଯା'ର ନାହିଁ ଏମିତି ଲୋକଟେ
ଦୁନିଆରେ ଅଛି କାହିଁ
ଦୁଃଖରେ ନ ହାରି ହସୁଥାଏ ଯିଏ
ବଡ ଏକା ଅଟେ ସେହି
ଦୁଃଖ ସୁଖ ଯିଏ ସମ ଭାବେ ଭୋଗେ
ତାହାଠାରୁ ଜ୍ଞାନୀ କିଏ ॥୧॥
ଗୋଟିଏ ଜନମ ଗୋଟିଏ ଜୀବନ
କାନ୍ଦି କାନ୍ଦି ସାର ନାହିଁ
ମରିବା ଆଗରୁ ଜିଇଁ ନିଅ ଥରେ
ସମୟ ଯାଏ ପଳାଇ
ଗଲା ସମୟ ତ ଫେରିବନି କେବେ
ଯେତେ ଚେଷ୍ଟା କରୁ ଯିଏ ॥୨॥