ଜୀବନ ଗୀତା-୩୦୧
ଜୀବନ ଗୀତା-୩୦୧
1 min
94
ଜୀବନରେ ପ୍ରୀତିର ପଣତ
ଯଦି ଛୋଟ ପଡିଯାଏ
ସେପରି ଜୀବନ ଜିଇଁବାରେ
ଆଉତ ମଜା ନଥାଏ ॥୦॥
ମାଆର ପଣତ ଲମ୍ବ ବାରହାତ
ନଅଣ୍ଟତ ହୁଏନା କେବେହେଲେ
ସନ୍ତାନ ସନ୍ତତି ଆନନ୍ଦେ ରୁହନ୍ତି
ମମତାର ପଣତ କାନିତଳେ
ଆଉସବୁ ସଂପର୍କ ମଧ୍ୟରେ
ସେଭଳି ପ୍ରୀତି ନଥାଏ ॥୧॥
ଶାନ୍ତି,ମୈତ୍ରୀ,ପ୍ରୀତି ମାନବିକ ରୀତି
ନରହିଲେ ମଣିଷ ହୃଦୟରେ
ମଣିଷରେ ଗଣା ଆଉ ସେ ହୁଏନା
ଗଣାଯାଏ ତାକୁତ ନିର୍ଦ୍ଦୟରେ
ନିର୍ଦ୍ଦୟ ମଣିଷ ମଧ୍ୟେ କିଛି
ମନୁଷତ୍ୱ ତ ନଥାଏ ॥୨॥