ଜୀବନ ଗୀତା- ୯୯
ଜୀବନ ଗୀତା- ୯୯
1 min
6.5K
ଜୀବନ ଗୀତା- ୯୯
ଜୀବନରେ ଦୁଃସାହସ କାମ
କରିପାରେ ଏକା ବୀର
ପଛଘୁଞ୍ଚା ଦିଏ ସିନା ଭୀରୁ
ସବୁ କଥାରେ ଯା' ଡର ॥୦॥
ଘାତପ୍ରତିଘାତ ଜୀବନର
ହସିହସି ସାମ୍ନାକରେ ସିଏ
ଭିଡର ଭିତରେ ତାର ରୂପ
ଅଲଗାଅଲଗା ଲାଗୁଥାଏ
ଧନ୍ୟ ତା'ର ପିତାମାତା ଦେଶ
ଅଧିକାରୀ ଗୌରବର ॥୧॥
ଆକାଶର ଦୀପ୍ତିମାନ ସୂର୍ଯ୍ୟ
ଜଳିଜଳି ଆଲୋକ ବିତରେ
ଜାତିର ମହାନ ଦାୟାଦ ସେ
ଦେଶ ମାତୃକାର ସେବାକରେ
ଧନ୍ୟ ତାର ଜନ୍ମ ଏ ମାଟିରେ
ସେ ତ ସାରା ପୃଥିବୀର ॥୨॥