ଜୀବନ ଗୀତା-୩୬୨
ଜୀବନ ଗୀତା-୩୬୨
1 min
464
ଜୀବନ ଅଟେ ଗରୀୟାନ
ନାହିଁ ତାହାର ତୁଳନା
ବୈଚିତ୍ରମୟ ସତ୍ତା କିଂତୁ
ନାହିଁ ଟିକିଏ ଛଳନା ॥୦॥
ସତ୍ୟର ପଥେ ସଦା ସର୍ବଦା
ଜୀବନ ପ୍ରବାହିତ
ଆଲୋକ ଦିଗେ ଅବିରତ ସେ
ହେଉଥାଏ ଧାବିତ
ସତ୍ୟ ସଂଧାନୀ ମନ ତାର
ହାର କେବେବି ମାନେନା ॥୧॥
ସତ୍ୟ ଶାଶ୍ୱତ ଜୀବନ ଗାଥା
ସମୟ ଦିଏ ଲେଖି
ମିଥ୍ୟାଚାରର କେହିତ କେବେ
ରହଇ ନାହିଁ ସାକ୍ଷୀ
ଗରିମାମୟ ଜୀବନର
ହୁଅଇ ସଦା ବନ୍ଦନା ॥୨॥