ଜୀବନ ଗୀତା- ୧୫୯
ଜୀବନ ଗୀତା- ୧୫୯
1 min
6.7K
ଜୀବନ ଗୀତା- ୧୫୯
ଅଶ୍ରୁମୟ ଏ ଜୀବନ
କେବେ ହସର ଝରଣା
କଣ୍ଟାମୟ ଏ ଜୀବନ
କେବେ ଫୁଲର ଅଗଣା ॥୦॥
ବୈଶାଖ ତାତିରେ ବାଟ ଚାଲୁଚାଲୁ
ବର୍ଷାହୁଏ ଅଚାନକ
ଅସରାଏ ବର୍ଷା ଦେହରୁ ମନରୁ
ଧୋଇଦିଏ ତାତିଯାକ
କ୍ଳାନ୍ତିମୟ ଏ ଦେହକୁ
ପାରିଦିଏ କେ ବିଛଣା ॥୧॥
ଦରିଆ ମଝିରେ ଦିଶା ଖୋଜୁଖୋଜୁ
ମିଳିଯାଏ ବତିଘର
ଆଶାର ଆଲୋକ ମନରୁ ପ୍ରାଣରୁ
ଭୟ କରିଦିଏ ଦୂର
ଶ୍ରାନ୍ତିମୟ ଏ ମନକୁ
ମିଳେ ବିଭୁଙ୍କ କରୁଣା ॥୨॥